LIVE TV

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ, ଲୁହା ରଡ୍‌ରେ ପିଟି ଲହୁଲୁହାଣ କଲେ ଦୁର୍ବୃତ୍ତ

NEWS7
now-users-of-airtel-and-jio-will-be-able-to-talk-on-the-phone-without-network

ଚଣ୍ଡିଖୋଲ: ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ। ଏଥିରେ ଆଇନଜୀବୀ ଜଣକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଓଭର୍ ବ୍ରିଜ ନିକଟରେ । ଚଣ୍ଡିଖୋଲ କୋର୍ଟର ଆଇନଜୀବୀ ମାନିର୍ ମହମ୍ମଦ(୫୮)ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।

ସୂଚନା ଅନୁସାରେ, ମାନିର ମହମ୍ମଦ ଚଣ୍ଡିଖୋଲ କୋର୍ଟରୁ କାମ ସାରି ସନ୍ଧ୍ୟା ୬ଟାବେଳେ ଘରକୁ ଫେରୁଥିଲେ। ହେ​ଲେ ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଓଭର୍ ବ୍ରିଜ ନିକଟରେ ୨ ଦୁର୍ବୃତ୍ତ ଏକ ଏକ ବାଇକ୍‌ରେ ଆସି ତାଙ୍କୁ ଲୁହା ରଡ୍‌ରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ।

ଏଥିରେ ତାଙ୍କ ଶରୀରର ଅନେକ ଜାଗାରେ କ୍ଷତ ହୋଇଥିଲା। ବିଶେଷ କରି ମାନିରଙ୍କ ଗୋଡ଼ ଓ ହାତରେ ଗୁରୁତର ଆଘାତ ଲାଗିଛି। ତେବେ ବଡ଼ଚଣା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବଡ଼ଚଣା ଥାନାରେ ଏତଲା ଦେଇଛନ୍ତି ମାନିର। ଅଭିଯୋଗ ଆଧାରରେ ବଡ଼ଚଣା ଥାନା ଅଧିକାରୀ ସୁରେନ୍ଦ୍ର ନାଥ ଜେନା ତଦନ୍ତ ଜାରି ରଖିଛନ୍ତି ।