LIVE TV

ଯିଏ ଭାଇର ନୁହେଁ ସେ ବିହାରର କେମିତି ହେବ ? ତେଜସ୍ୱୀଙ୍କୁ କଟାକ୍ଷ କଲେ ଓଓ୍ୱେସୀ

NEWS7
not-only-the-rich-everyones-safety-is-important-get-6-airbags-even-in-small-and-cheap-cars-nitin-gadkari

ପାଟନା, ୧୫|୧୧: ବିହାରରେ ଏନଡିଏର ସୁନାମି । ବିଜେପି-ଜେଡିୟୁ ମେଣ୍ଟର ବଡ ବିଜୟ । ୨୦୦ରୁ ଅଧିକ ଆସନରେ ବିଜୟ ସହ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ଏବଂ ଜନତା ଦଳ ୟୁନାଇଟେଡ୍ । ଅନ୍ୟ ଦିଗରେ ସବୁଠୁ ଶକ୍ତ ଝଟକା ଲାଗିଛି ଲାଲୁ ଯାଦବଙ୍କ ଆରଜେଡିକୁ । ଦଳ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଯାହାକୁ ନେଇ ଅନ୍ୟ ବିରୋଧୀ ଦଳ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି । ମହାଗଠବନ୍ଧନ ସରକାର ହେଲେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ତେଜସ୍ୱୀ ଯାଦବଙ୍କୁ କଡା ସମାଲୋଚନା କରିଛନ୍ତି ଏଆଇଏମଆଇଏମର ମୁଖିଆ ଅସଦୁଦ୍ଦୀନ ଓଓ୍ୱେସୀ ।

ନିର୍ବାଚନରେ ସୀମାଞ୍ଚଳରର ପାଞ୍ଚୋଟି ଆସନରେ ବିଜୟୀ ହୋଇଛନ୍ତି ଏଆଇଏମଆଇଏମର ପ୍ରାର୍ଥୀ । ଏହାକୁ ନେଇ ଓଓ୍ୱେସୀ କହିଛନ୍ତି ଯେ, ଏହି ବିଜୟ ସୀମାଞ୍ଚଳ ଏବଂ ଭଗବାନଙ୍କ ଆଶୀର୍ବାଦର ଦିନ । ଅନେକ ଗୁଜବ, ମିଛ, ଅଭିଯୋଗ ଓ ବି-ଟିମ୍ ସତ୍ତ୍ୱେ ତାଙ୍କ ଉପରେ ଜନତା ପୁଣି ଥରେ ଭରସା କରିଛନ୍ତି । ଏହାସହ ସମ୍ପର୍କ ଆଗରୁ କେବେ ଭାଙ୍ଗି ନଥିବା ଏବଂ ଆଗକୁ ମଧ୍ୟ ଭାଙ୍ଗିବନି ବୋଲି ସୀମାଞ୍ଚଳବାସୀ ପ୍ରମାଣ କରିଦେଲେ ।

ସେ ଆହୁରି କହିଛନ୍ତି ଯେ, ଜନତା ଫଇସଲା କରିଛନ୍ତି । ଏବେ କିଛି ଭାବି ଲାଭ ନାହିଁ । ଆଗକୁ ଆହୁରି କାମ କରିବାକୁ ହେବ । ତାଙ୍କ ଦଳର ବିଧାୟକମାନେ ଲୋକଙ୍କ ସେବାରେ ରହିବେ । ଏନଡିଏ ସହ ସର୍ବଦା ଦୂରତା ବଜାୟ ରଖିବେ । ସମୁଦ୍ରର ଦୁଇଟି କୂଳ କେବେ ଏକାଠି ହୋଇ ପାରିବେ ନାହିଁ ବୋଲି ସେ କହିଛନ୍ତି ।

ଏହାସହ ତେଜସ୍ୱୀଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ, ଯିଏ ଭାଇର ନୁହେଁ ସେ ବିହାରବାସୀଙ୍କ କେମିତି ହୋଇପାରିବ । ଏପରି ବ୍ୟକ୍ତି ବିହାରର ଜନତାଙ୍କୁ ଯୋଡି ପାରିବ ନାହିଁ । ଏବେ ଲାଲୁଙ୍କ ପୁଅଙ୍କୁ ଆମେ ହରାଇଦେଲୁ ବୋଲି ଅନେକ ଅଭିଯୋଗ କରିବେ । ଯାହା ସମ୍ପୂର୍ଣ୍ଣ ମିଛ । ସେମାନେ ରାଜନୀତି କରୁଛନ୍ତି । ଲୋକେ ପଥର ମାରିଲେ ମଧ୍ୟ ସେ ସହିବେ ବୋଲି ଓଓ୍ୱେସୀ କହିଛନ୍ତି ।