LIVE TV

ଫୋର୍ଡ ସହ ଭାରତରେ ବନ୍ଦ ହେବ ୪ ହଜାରରୁ ଅଧିକ କମ୍ପାନୀ, ବିପଦରେ ହଜାର ହଜାର କର୍ମଚାରୀଙ୍କ ଦାନାପାଣି

NEWS7

ଚେନ୍ନାଇ ୧୧।୯:  ଭାରତରେ କେବଳ ଫୋର୍ଡ ନୁହନ୍ତି ୪ ହଜାରରୁ ଅଧିକ ଛୋଟମୋଟ କମ୍ପାନୀ ମଧ୍ୟ ସେମାନଙ୍କ କାରବାର ବନ୍ଦ କରିବାକୁ ଯାଉଛନ୍ତି। ଶନିବାର ଏହା  କହିଛନ୍ତି କନସୋର୍ଟିୟମ ଅଫ ଇଣ୍ଡିଆନ ଆସୋସିଏସନସ୍‌ (ସିଆଇଏ)ଙ୍କ କନଭେନର  କେ.ଇ.ରଘୁନାଥନ ।  ଫଳରେ ଏହି ସବୁ ସଂସ୍ଥାଙ୍କ ଉପରେ ଭରସା କରି ଗୁଜୁରାଣ ଚଳାଉଥିବା ହଜାର ହଜାର କର୍ମଚାରୀଙ୍କ ଦାନାପାଣି ଏବେ ବିପଦରେ ପଡିବାକୁ ଯାଉଥିବା ସେ ସୂଚାଇ ଦେଇଛନ୍ତି।

କେବଳ ଫୋର୍ଡ ନୁହନ୍ତି ଗତ ୫ ବର୍ଷରେ ଭାରତରୁ ହାର୍ଲେଡେଭିଡସନ, ଫିଏଟ୍, ମାନ, ପୋଲାରିସ୍, ଜେନେରାଲ ମୋଟର୍ସ, ୟୁନାଇଟେଡ ମୋଟର୍ସଙ୍କ ଭଳି କମ୍ପାନୀମାନେ ସେମାନଙ୍କ କାରବାର ବନ୍ଦ କରିସାରିଛନ୍ତି। ଏଥିରେ ଫୋର୍ଡଙ୍କ ଘୋଷଣା ଏବେ ଦେଶରେ ଉଭୟ ଡିଲର ଓ କର୍ମଚାରୀଙ୍କୁ ଆତଙ୍କିତ  କରିଛି। ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଏଫଏଡିଏ)ଙ୍କ ଅନୁସାରେ ସାରା ଭାରତରେ ଏବେ ଫୋର୍ଡର ୧୭୦ ଡିଲର ଓ ପାର୍ଟନର ଅଛନ୍ତି। ଯେଉଁମାନେ ଅନୁନ୍ୟ ୪୦୦ ସୋରୁମ ଚଳାଉଛନ୍ତି।

{"id":509902,"sizeSlug":"full","linkDestination":"none"}

ଏମାନଙ୍କ ମଧ୍ୟରେ ଏପରି କେତେକ ବ୍ୟବସାୟୀ ଅଛନ୍ତି ଯେଉଁମାନେ ନିକଟ ଅତୀତରେ ଫୋର୍ଡ ସହ ଜଡିତ ହୋଇଥିଲେ। ସୋରୁମ ଓ ସର୍ଭିସିଂ ଲାଗି ସେମାନେ କୋଟି କୋଟି ଟଙ୍କା ନିବେଶ କରିସାରିଥିବା ବେଳେ ଫୋର୍ଡ ଏବେ ଦେଶରୁ ନିଜର ବ୍ୟବସାୟ ବନ୍ଦ କରିବା ଲାଗି ଘୋଷଣା କରିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଫୋର୍ଡଙ୍କ ଏହି ଘୋଷଣା ପରେ ଅନେକ ଡିଲର ଏବେ କର୍ମଚାକରୀଙ୍କ ଛଟେଇ ଆରମ୍ଭ କରିସାରିଲେଣି ଓ ଅନେକ କର୍ମଚାରୀଙ୍କ ଚାକିରୀ ଉପରେ ଏବେ ଖଣ୍ଡା ଝୁଲୁଛି ବୋଲି ଏଫଡିଏ କହିଛନ୍ତି।

ବଡ଼ କମ୍ପାନୀଙ୍କ ସହ ଛୋଟ ମୋଟ ସହାୟକ କମ୍ପାନୀ ମଧ୍ୟ ବନ୍ଦ ହେବାକୁ ଯାଉଛନ୍ତି। ଏକ ହିସାବ ଅନୁସାରେ ଫୋର୍ଡ ଡିଲରମାନଙ୍କ ପାଖରେ ଏବେ ସାରା ଦେଶରେ ଅନୁନ୍ୟ ୧ ହଜାରରୁ ଅଧିକ ଗାଡି ରହିଛି। ଯାହାର ଆନୁମାନିକ ମୂଲ୍ୟ ଅନୁନ୍ୟ ୧୫ ହଜାର କୋଟିରୁ ବି ଅଧିକ ହେବ। ଫୋର୍ଡଙ୍କ ଘୋଷଣା ପରେ ଏହି ସବୁ ଗାଡି ବିକ୍ରି ମଧ୍ୟ ଏବେ ଅଟକି ଯିବ।
ଏଥିରେ ଫୋର୍ଡ ଏବେ କେବଳ ତାଙ୍କ ଆମଦାନୀ ଗାଡି ଏଣ୍ଡେଭର ଓ ମସ୍ତାଙ୍ଗର ବିକ୍ରି ଲାଗି ଡିଲରମାନଙ୍କୁ କାୟମ ରଖିବାକୁ ଚାହୁଁଛନ୍ତି। ତେବେ ଅଏଥିରେ ଡିଲର ନିଶ୍ଚିତ ହୋଇପାରୁ ନାହାନ୍ତି।  ଡିଲର ଏବେ ଗ୍ରାହକଙ୍କୁ  ବିକ୍ରୟ ପର ସର୍ବିସ ଓ ପାର୍ଟସ ସପୋର୍ଟ ଦେବେ ବୋଲି ବୁଝେଇ ବୁଝେଇ ନୟାନ୍ତ ହେଉଛନ୍ତି। ଏଥିରେ କମ୍ପାନୀ ନିଜର ଆମଦାନୀ ବାହନ ଉପରେ ଗୁରୁତ୍ୱ ଦେବା ଏବେ ସମ୍ପୂର୍ଣ୍ଣ ବ୍ୟବସାୟକୁ ପ୍ରଭାବିତ କରିବାକୁ ଯାଉଛି ବୋଲି ଡିଲସର୍ସ ଆସୋସିଏସନ କହିଛନ୍ତି।