ତୁଳା ରାଶି ବ୍ୟକ୍ତିଙ୍କୁ ବ୍ୟବସାୟରେ ନୂତନ ସୁଯୋଗ ମିଳିବ, ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ

NEWS7
north-korea-kim-jong-un-orders-to-kill-pet-dogs-due-to-food-shortage

ମେଷ- ଆତ୍ମବିଶ୍ୱାସ ବଢ଼ିବ ଓ ଦୀର୍ଘଦିନ ଧରି ଅଟକିଥିବା କାମରେ ଗତି ଆସିବ। କାର୍ଯ୍ୟକ୍ଷେତ୍ରରେ ଉପରିଷ୍ଠଙ୍କର ପ୍ରଶଂସା ଲାଭ କରିପାରିବେ। ଧନ ଆଗମନ ହେଲେ ମଧ୍ୟ ଅପରିହାର୍ଯ୍ୟ ଖର୍ଚ୍ଚ ବଢିପାରେ, ତେଣୁ ସାବଧାନ ରହନ୍ତୁ। ପରିବାରରେ ଆପଣଙ୍କ ମତାମତକୁ ଗୁରୁତ୍ୱ ମିଳିବ।

ବୃଷ- କାମରେ ବ୍ୟସ୍ତତା ଅଧିକ ରହିପାରେ କିନ୍ତୁ ଫଳ ମଧ୍ୟ ସନ୍ତୋଷଜନକ ହେବ। ନୂତନ ଯୋଜନା ଆରମ୍ଭ ପାଇଁ ସମୟ ଉପଯୁକ୍ତ ରହିଛି। ଅର୍ଥ ନେଣଦେଣରେ ସଚେତନ ରହିବା ଆବଶ୍ୟକ। ଗୁରୁଜନଙ୍କ ଆଶୀର୍ବାଦ ନିଶ୍ଚିତ ଭାବେ ଶୁଭ ଦେବ।

ମିଥୁନ- ମନ କିଛି ଚଞ୍ଚଳ ରହିପାରେ କିନ୍ତୁ ବୁଦ୍ଧିବଳରେ ସମସ୍ୟାର ସମାଧାନ କରିପାରିବେ। ବ୍ୟବସାୟରେ ନୂତନ ଚୁକ୍ତି ହେବାର ସମ୍ଭାବନା ଅଛି। ମିତ୍ରମାନଙ୍କର ସହଯୋଗ ଆପଣଙ୍କୁ ଆଗକୁ ବଢାଇବ। ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧାରିବ। ସନ୍ଧ୍ୟାବେଳେ ଶୁଭ ସମ୍ବାଦ ମିଳିପାରେ।

କର୍କଟ- ଭାବୁକତା ବଢ଼ିପାରେ ତେଣୁ ନିଷ୍ପତ୍ତି ନେବାରେ ଧୈର୍ଯ୍ୟ ରଖନ୍ତୁ। ପାରିବାରିକ କଥାବାର୍ତ୍ତାରେ ସମନ୍ୱୟ ରଖିବା ଆବଶ୍ୟକ। ଧନ ଲାଭ ହେବା ସତ୍ତ୍ୱେ ସଞ୍ଚୟ କମ୍ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସାବଧାନତା ରଖି କାମ କରନ୍ତୁ। ମାତୃ ଆଶୀର୍ବାଦ ଆପଣଙ୍କୁ ସୁରକ୍ଷା ଦେବ।

ସିଂହ- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବଳ ଓ ପ୍ରଭାବ ଦୁହିଁ ବଢ଼ିବ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଶୁଭ ରହିଛି। ଆର୍ଥିକ ସ୍ଥିତି ମଜବୁତ ହେବ ଓ ଲାଭର ସୁଯୋଗ ମିଳିପାରେ। ପରିବାରରେ ସମ୍ମାନ ଓ ଆଦର ବଢିବ। ସୂର୍ଯ୍ୟନମସ୍କାର କଲେ ଶୁଭ ଫଳ ଅଧିକ ମିଳିବ।

କନ୍ୟା- ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ତେଣୁ ଯୋଜନାମୂଳକ ଭାବେ ଚଲିବା ଭଲ। କାର୍ଯ୍ୟକ୍ଷେତ୍ରରେ ଧୀର ଓ ସ୍ଥିର ମନୋଭାବ ରଖନ୍ତୁ। ଗୋପନ ଶତ୍ରୁ ଉପରେ ସଚେତନ ରହିବା ଆବଶ୍ୟକ। ଆଧ୍ୟାତ୍ମିକ ଚିନ୍ତାଧାରା ଆପଣଙ୍କୁ ମନଶାନ୍ତି ଦେବ। ସନ୍ଧ୍ୟାରେ ଧ୍ୟାନ କଲେ ଲାଭ ମିଳିବ।

ତୁଳା- ଲାଭର ଯୋଗ ଦୃଢ଼ ରହିଛି ଏବଂ ଆପଣଙ୍କ ଯୋଜନା ସଫଳ ହେବ। ମିତ୍ରମାନଙ୍କ ସହଯୋଗ ଆପଣଙ୍କ ପାଇଁ ଉପକାରୀ ହେବ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବ୍ୟବସାୟରେ ନୂତନ ସୁଯୋଗ ମିଳିପାରେ। ଦିନ ଶେଷରେ ମନ ସନ୍ତୁଷ୍ଟ ରହିବ।

ବିଛା- କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖାଯିବ ଓ ଆପଣଙ୍କ ପରିଶ୍ରମର ଫଳ ମିଳିବ। ଉଚ୍ଚ ଅଧିକାରୀଙ୍କ ସମର୍ଥନ ଆପଣଙ୍କୁ ଆଗକୁ ବଢାଇବ। ଧନ ଲାଭ ହେବାର ସୁଯୋଗ ରହିଛି କିନ୍ତୁ ଅହଂକାର ଏଡାନ୍ତୁ। ପାରିବାରିକ ଦାୟିତ୍ୱ ବଢିପାରେ ଯାହାକୁ ସଠିକ୍ ଭାବେ ପୁରଣ କରିବେ। ଭଗବାନ ଶିବଙ୍କ ଆରାଧନା କଲେ ଶୁଭ ଫଳ ମିଳିବ।

ଧନୁ- ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ ଏବଂ ଅଟକିଥିବା କାମ ସମାପ୍ତ ହେବ। ଦୂରଯାତ୍ରା କିମ୍ବା ଧାର୍ମିକ କାର୍ଯ୍ୟର ସମ୍ଭାବନା ରହିଛି। ଶିକ୍ଷାର୍ଥୀମାନେ ସଫଳତା ଲାଭ କରିପାରିବେ। ଆର୍ଥିକ ଲାଭର ନୂତନ ମାର୍ଗ ଖୋଲିପାରେ। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ମକର- ଅକସ୍ମାତ ଖର୍ଚ୍ଚ ବଢିପାରେ ତେଣୁ, ଧନ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ଗୋପନ କଥାବାର୍ତ୍ତାରେ ସଚେତନ ରହନ୍ତୁ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ହଳକା ଅସୁବିଧା ଦେଖାଯାଇପାରେ। ହନୁମାନଜୀଙ୍କ ନାମ ସ୍ମରଣ କଲେ ମନୋବଳ ବଢିବ।

କୁମ୍ଭ- ବ୍ୟବସାୟରେ ନୂତନ ଚୁକ୍ତି ସାର୍ଥକ ହେବାର ସମ୍ଭାବନା ଅଛି। ସହଭାଗୀଙ୍କ ସହଯୋଗ ଆପଣଙ୍କୁ ଲାଭ ଦେବ। ଆର୍ଥିକ ଲାଭ ହେବା ସହିତ ସଞ୍ଚୟ ମଧ୍ୟ ବଢିବ। ଧୈର୍ଯ୍ୟ ଓ ସମନ୍ୱୟ ରଖି କାମ କରନ୍ତୁ।

ମୀନ- ଶତ୍ରୁ ଉପରେ ବିଜୟ ଲାଭ କରିପାରିବେ ଓ ମନୋବଳ ବଢିବ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଫଳ ନିଶ୍ଚିତ ମିଳିବ। ଧନ ଲାଭ ହେବା ସତ୍ତ୍ୱେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଆବଶ୍ୟକ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଓ ନିୟମିତ ଅଭ୍ୟାସ କରନ୍ତୁ। ପ୍ରଭୁଙ୍କ ଧ୍ୟାନ କଲେ ମନୋକାମନା ପୂରଣ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682