ମୋଦିଙ୍କ ଉପରେ ବର୍ଷିଲେ ଖଡ଼ଗେ, ପ୍ରଶ୍ନ କଲେ- ପୁସ୍ତକରେ ଏପରି କ’ଣ ଅଛି ଯାହାକୁ ଲୁଚାଉଛନ୍ତି ସରକାର?

NEWS7
non-violence-education-will-teach-in-all-schools-of-odisha

ନୂଆଦିଲ୍ଲୀ ୨।୨: ସଂସଦରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେଙ୍କ ଅପ୍ରକାଶିତ ପୁସ୍ତକ ଏବେ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏଥି ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ଆରଏସଏସ ଓ ବିଜେପିର ରାଜନୈତିକ ସତ୍ୟତାକୁ ଦବାଇବା ଓ ଅସହଜ ପ୍ରଶ୍ନରୁ ବର୍ତ୍ତିବା ଉପରେ ଏହା ଆଧାରିତ, ଖାସ ଏହି କାରଣରୁ ସରକାର ଜାତୀୟ ସୁରକ୍ଷା ଭଳି ପ୍ରସଙ୍ଗରେ ସଂସଦରେ ଜବାବ ଦେବାକୁ ବର୍ତ୍ତୁଥିବାର ଦେଖାଯାଉଛି।

ପୁସ୍ତକରେ ଏପରି କ’ଣ ଅଛି ଯେଉଁଥି ପାଇଁ ସରକାର ଛାନିଆ?
ଖଡଗେ କହିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋମବାର ଜାତୀୟ ସୁରକ୍ଷା ସମ୍ପର୍କିତ ଏକ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଛନ୍ତି –ଜେନେରାଲ ନରୱାଣେଙ୍କ ପୁସ୍ତକରେ ଏପରି କ’ଣ ଅଛି ଯାହା ସାର୍ବଜନିକ ହେବା ପୂର୍ବରୁ ତାକୁ ରୋକିବାକୁ ଉଦ୍ୟମ ହେଉଛି? ଓ ଏହା ପଛରେ କାହାର ଚାପ କାମ କରୁଛି? କଂଗ୍ରେସ ସଭାପତି ଦାବି କରିଛନ୍ତି ଯେ ସରକାରଙ୍କ ବ୍ୟାକୁଳତାର କାରଣ ଏହି କଥାର ସଂକେତ ଯେ କିଛି ସତ୍ୟତା ସାମ୍ନାକୁ ଆସିଯିବ ବୋଲି ତାକୁ ରୋକା ଯାଉଛି।

ରଷ୍ଟ୍ରବାଦ ଉପରେ ପ୍ରଶ୍ନ
ଖଡଗେ ବିଜେପିର ରାଷ୍ଟ୍ରବାଦକୁ ଟାର୍ଗେଟ କରି କହିଛନ୍ତି ଯେ ଏହା କେବଳ ଲୋକଦେଖାଣିଆରେ ସୀମିତ। ସେ ଅଭିଯୋଗ କରିଛନ୍ତି ଯେ ସରକାର ବାସ୍ତବ ପ୍ରସଙ୍ଗ ଚର୍ଚ୍ଚାରୁ ବର୍ତ୍ତୁଛନ୍ତି ଓ ସଂସଦରେ ଉତ୍ତର ଦେବାରୁ ଦୂରଉଛନ୍ତି। କଂଗ୍ରେସ ସଭାପତି ୨୦୨୦ ଗଲୱାନ ଘାଟି ଘଟଣାର ଉଦାହରଣ ଦେଇ କହିଛନ୍ତି ଯେ ଦେଶ ୨୦ ଜଣ ଜବାନ ଶହିଦ ହେବା ଦେଖିଛି, ହେଲେ ସେତେବେଳେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଆଜି ବି ପ୍ରଶ୍ନ ଉଠୁଛି। ଖଡଗେ ପଚାରିଛନ୍ତି କଣ ପୂର୍ବରୁ କେବେ ଏଭଳି ସମ୍ବେଦନଶୀଳ ମାମଲାରେ ସଂସଦକୁ ବିଶ୍ୱାସକୁ ନିଆଯାଉନଥିଲା? ଗଣତନ୍ତ୍ରର ବାଜା ବଜାଉଥିବା ସରକାର ଏବେ ବିତର୍କ ଓ ପ୍ରଶ୍ନ କୁ ନେଇ ବିଚଳିତ କାହିଁକି?

ଜେନେରାଲ ନରୱାଣେଙ୍କ ପୁସ୍ତକକୁ ନେଇ ଉପୁଜିଥିବା ବିବାଦକୁ ଖଡଗେଙ୍କ ଏହି ବୟାନ ଆହୁରି ଜଟିଳ କରିଛି। ବିରୋଧୀ ଲଗାତାର ସରକାରଙ୍କ ପାରଦର୍ଶିତା ଓ ଉତ୍ତରଦାୟିତା ଦାବି କରୁଛନ୍ତି। ଅନ୍ୟପଟେ ସମସ୍ତଙ୍କ ନଜର ଏବେ ସରକାରଙ୍କ ପରବର୍ତ୍ତି ପଦକ୍ଷେପ ଓ ସଂସଦରେ ଦେବାକୁ ଥିବା ଉତ୍ତର ଉପରେ ରହିଛି।

ଏହା ବି ପଢନ୍ତୁ :-ରାହୁଲ ରଖିଲେ ପୂର୍ବସେନାଧ୍ୟକ୍ଷଙ୍କ ପୁସ୍ତକର ତଥ୍ୟ, ସଂସଦରେ ଘେରିଗଲେ ୩ ମନ୍ତ୍ରୀ, ଚାଲିପାରିଲାନି ଗୃହ