ଗିଲ୍ ଏବଂ ସ୍ମୃତି ସର୍ବଶ୍ରେଷ୍ଠ କ୍ରିକେଟର : ବିସିସିଆଇ ଘୋଷଣା କଲା ନମନ ପୁରସ୍କାର-୨୦୨୬

NEWS7
nobody-help-a-family-due-to-fear-of-covid

ନୂଆଦିଲ୍ଲୀ, ୧୪ /୦୩: ବିସିସିଆଇ ଘୋଷଣା କରିଛି ନମନ ପୁରସ୍କାର-୨୦୨୬ । ଏଥିରେ ଭାରତୀୟ ଦଳର ଦୁଇ ଶ୍ରେଷ୍ଠ ବ୍ୟାଟରଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ଅନ୍ୟ ଦୁଇ ପୂର୍ବତନ କ୍ରିକେଟରଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ବିତରଣ ସମାରୋହ ମାର୍ଚ୍ଚ ୧୫ ତାରିଖ ରବିବାର ଅନୁଷ୍ଠିତ ହେବ ।

ଶନିବାର ବିସିସିଆଇ ନମନ ପୁରସ୍କାର-୨୦୨୬ ଘୋଷଣା କରିଛି। ଶୁଭମନ ଗିଲଙ୍କୁ ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ଭାବେ ଚୟନ କରାଯାଇଛି। ଟେଷ୍ଟ ଏବଂ ଦିନିକିଆରେ ଦଳର ନେତୃତ୍ୱ ନେଉଥିବା ଶୁଭମନ ଗିଲଙ୍କୁ ବିସିସିଆଇର କ୍ରିକେଟର ଅଫ ଦି ର ପୁରସ୍କାରରେ ସାମ୍ମାନିତ କରାଯିବ। ସେହିପରି ମହିଳା ଖେଳାଳି ବର୍ଗରେ ସ୍ମୃତି ମନ୍ଧାନାଙ୍କୁ ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ପୁରସ୍କୃତ କରାଯିବ।

 

ଦ୍ୱିତୀୟ ଥର ଗିଲଙ୍କୁ ସମ୍ମାନ

ଶୁଭମନ ଦ୍ଵିତୀୟ ଥର ପାଇଁ ଏହି ପୁରସ୍କାର ହାସଲ କରିଛନ୍ତି। ପୂର୍ବରୁ ସେ ୨୦୨୩ରେ ନମନ ପୁରସ୍କାର ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ଆର୍ ଅଶ୍ୱିନ ଦୁଇ ଦୁଇ ଥର ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ଆଗରେ ବିରାଟ ଏବଂ ବୁମରା

ସର୍ବାଧିକ ଥର ବିରାଟ କୋହଲି ଏବଂ ଜସପ୍ରିତ ବୁମରା ନମନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। କୋହଲିଙ୍କୁ ପାଞ୍ଚ ଥର ବିସିସିଆଇ କ୍ରିକେଟର ଅଫ୍ ଦି ଇୟର ଭାବରେ ସମ୍ମାନିତ କରିଛି। ଦ୍ରୁତ ବୋଲର ବୁମରା ତିନି ଥର ଏହି ପୁରସ୍କାର ହାତେଇଛନ୍ତି।

୨୦୨୫ରେ ଗିଲଙ୍କ ଜବରଦସ୍ତ ପ୍ରଦର୍ଶନ

ଭାରତୀୟ ଦଳର ଦିନିକିଆ ଏବଂ ଟେଷ୍ଟ୍ ଅଧିନାୟକ ଗିଲ୍ ୨୦୨୫ରେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ଟି୨୦ଫର୍ମାଟରେ ଖରାପ ଫର୍ମ ପାଇଁ ତାଙ୍କୁ ଟି-୨୦ ବିଶ୍ୱକପ୍ ରେ ସାମିଲ କରାଯାଇ ନଥିଲା। ତଥାପି ଅନ୍ୟ ଦୁଇଟି ଫର୍ମାଟରେ ତାଙ୍କର ପ୍ରଦର୍ଶନ ଭଲ ରହିଛି। ଶୁଭମନ ଗତବର୍ଷ ଟେଷ୍ଟ କ୍ରିକେଟରେ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ୯୮୩ ରନ ସଂଗ୍ରହ କରିଥିଲେ।

ଦ୍ରାବିଡ ଏବଂ ବିନ୍ନି ସମ୍ମାନିତ

ପୂର୍ବତନ କ୍ରିକେଟର ରୋଜର ବିନ୍ନି ଏବଂ ରାହୁଲ ଦ୍ରାବିଡ଼ଙ୍କୁ କର୍ଣ୍ଣଲ ସି.କେ.ନାୟୁଡୁ ଲାଇଫଟାଇମ୍ ଆକଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ। ମହିଳା କ୍ରିକେଟରେ ବଡ଼ ଅବଦାନ ପାଇଁ ମିତାଲି ରାଜଙ୍କୁ ସମ୍ମାନିତ କରାଯିବ। ବିନ୍ନି ବିସିସିଆଇର ପୂର୍ବତନ ସଭାପତି ଥିଲେ। ସେହିପରି ଦ୍ରାବିଡଙ୍କ କାର୍ଯ୍ୟକାଳରେ ଭାରତ ୨୦୨୪ ଟି-୨୦ବିଶ୍ୱକପ୍ବିଜୟୀ ହୋଇଥିଲା ।