ଏଥର ଟାର୍ଗେଟ ମିସ୍ ହେବନି ! ସରକାରୀ ଟିଭି ମାଧ୍ୟମରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଲା ଇରାନ୍‌

NEWS7
no-train-and-flights-to-delhi-from-this-state-soon

ତେହେରାନ: ଇରାନର ବର୍ତ୍ତମାନର ପରିସ୍ଥିତି ଚିନ୍ତାଜନକ। ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନର ଭୟ ମଧ୍ୟରେ, ଇରାନ ଏବେ ଟ୍ରମ୍ପଙ୍କୁ ନାଲିଆଖି ଦେଖାଇଛି । ଇରାନ ଏକ ଫଟୋଗ୍ରାଫ ମାଧ୍ୟମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛି। ଇରାନ ୨୦୨୪ରେ ପେନସିଲଭାନିଆରେ ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡ଼ର ଏକ ଫଟୋ ଦେଖାଛି ଇରାନ । ଜାତୀୟ ଟିଭିରେ ଏହି ଫଟୋ ଦେଖାଇ ଇରାନ୍ ଟ୍ରମ୍ପଙ୍କୁ ଧମକ ଦେଇଛି ଯେ, ଏଥର, ଟାର୍ଗେଟ ମିସ୍ ହେବ ନାହିଁ।

ପାର୍ସୀ ଭାଷାରେ ପ୍ରସାରିତ ଏହି କଡ଼ା ବାର୍ତ୍ତାର ଅନୁବାଦ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସବୁଠାରୁ ବଡ଼ କଥା ଇରାନ୍ ସରକାରଙ୍କ ଏହି ବାର୍ତ୍ତା ଦେଶର ସରକାରୀ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି । ଟ୍ରମ୍ପ ବାରମ୍ବାର ଇରାନକୁ ଧମକ ଦେବା ପରେ ଖାମେନି ସରକାର ଏବ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ।

ଆମେରିକା ରାଷ୍ଟ୍ରପତି କହିଥିଲେ, ‘ଯଦି ଇରାନ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କୁ ହତ୍ୟା କରେ, ତେବେ ଆମେରିକା ସେମାନଙ୍କ ସାହାଯ୍ୟ ପାଇଁ ଆସିବ। ଆମେ ପଦକ୍ଷେପ ନେବାକୁ ପ୍ରସ୍ତୁତ।’ସେପଟେ ଟ୍ରମ୍ପ ଯେଉଁ ଫଟୋ ବ୍ୟବହାର କରିଛି, ତାହା ଟ୍ରମ୍ପଙ୍କ ଉପରେ ଆକ୍ରମଣ ବେଳର ଦୃଶ୍ୟ । ୨୦୨୪ ନିର୍ବାଚନୀ ରାଲିରେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । କିନ୍ତୁ ଗୁଳି ତାଙ୍କ କାନରେ ବାଜିଥିଲା ଏବଂ ଟ୍ରମ୍ପ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଗତ କିଛି ଦିନ ମଧ୍ୟରେ ଇରାନ ଏବଂ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହୋଇଛି। ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ପରେ, ଇରାନ ପାଞ୍ଚ ଘଣ୍ଟା ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଦେଇଥିଲା। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ, ବ୍ରିଟେନ ତେହେରାନରେ ଥିବା ଏହାର ଦୂତାବାସକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛି। ବ୍ରିଟେନ ସମସ୍ତ କୂଟନୈତିକ କର୍ମଚାରୀଙ୍କୁ ମଧ୍ୟ ଫେରାଇ ଆଣିଛି। ବ୍ରିଟିଶ ବୈଦେଶିକ କାର୍ଯ୍ୟାଳୟ କହିଛି, ‘ଆମେ ତେହେରାନରେ ଥିବା ବ୍ରିଟିଶ ଦୂତାବାସକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛୁ।’