ଏକ ନମ୍ବର ହାଟରେ ପୁଣି ଲାଗିଲା ନିଆଁ, ଜଳିଗଲା ୫୦ ଦୋକାନ

NEWS7
no-gay-is-got-chance-to-plasma-trial-in-london

ଭୁବନେଶ୍ୱର ୨୦।୦୧ : ଜଳିଲା ପୁଣି୧ ନମ୍ବର ହାଟ। କ୍ୟାପିଟାଲ ଥାନା ସଂଲଗ୍ନ ଉଠା ଦୋକାନରେ ଅଗ୍ନିକାଣ୍ଡ। ଭୟଙ୍କର ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଗଲା ଜିନିଷପତ୍ର । ପାଖାପାଖି ୫୦ଟି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏମିତିକି ନିଆଁ କବଳରୁ ବର୍ତ୍ତି ପାରିନଥିଲା କ୍ୟାପିଟାଲ ଥାନା। ଦୋକାନରୁ ଦୋକାନ ବ୍ୟାପିବା ପରେ ଥାନାରେ ମଧ୍ୟ ନିଆଁ ଲାଗିଯାଇଥିଲା। ଥାନାରେ ଲାଗିଥିବା ଏସି କମ୍ପ୍ରେଶରରେ ନିଆଁ ଲାଗି ଜୋରଦାର ବିସ୍ଫୋରଣ ହୋଇଥିଲା।

ସେପଟେ ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିନିଷ ପତ୍ର ବାହାର କରିବା ସହ ନିଆଁ ଲିଭାଇବା କାର୍ଯ୍ୟ ହୋଇଥିଲା ଜୋରଦାର। ବ୍ୟବସାୟୀଙ୍କ ଆକୁଳ ଚିତ୍କାର ଏବଂ ଲୋକଙ୍କ ଭିଡ ଦେଖି ଜୋନ୍୧ ଏସିପି ଓ ଥାନା ଅଧିକାରୀ ଅଧିକ ଫୋର୍ସ ପୋଲିସ ଫୋର୍ସ ମୁତୟନ କରିବା ସହ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ନିଆଁ ଠାରୁ ଦୂରକୁ ନେଇଯାଇଥିଲେ । ଏଥିସହିତ ନିଆଁ ଲିଭାଇବା ପାଇଁ ଚନ୍ଦ୍ରଶେଖରପୁର, ତମାଣ୍ଡୋ, କଳ୍ପନା, ବାଲିଅନ୍ତା,ସଚ୍ଚିବାଳୟ ଅଗ୍ନିଶମ ୟୁନିଟ୍ ସହ ୧୩ଟି ଗାଡ଼ି ନିୟୋଜିତ ହୋଇଥିଲେ। ଉଦ୍ଧାର କାର୍ଯ୍ୟ ଓ ନିଆଁ ଲିଭାଇବା ପାଇଁ ବରିଷ୍ଠ ଅଗ୍ନିଶମ ଅଧିକାରୀ ସହ ୭୦ଜଣରୁ ଅଧିକ ଆଗ୍ନିକ ସମେତ ୨ୟୁନିଟ୍ ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିୟୋଜିତ ଥିଲେ। ଫାୟାର ଫାଇଟିଂ ପାଇଁ କେମିକାଲ ଫୋମ୍ କମ୍ପାଉଣ୍ଡ, ଫାୟାର ପ୍ରକ୍ସିମେଟ୍ ସୁଟ୍, ଜେସିବି ମେସିନ ବ୍ୟବହାର ହୋଇଥିବା ବେଳେ ରୋବଟିକ୍ ମନିଟର୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। କିଛି ବ୍ୟବସାୟୀଙ୍କ କହିବା ଅନୁସାରେ ଗୋଟିଏ ଦୋକାନରୁ ସବୁ ଦୋକାନକୁ ନିଆଁ ବ୍ୟାପିଥିବା ବେଳେ ନିଆଁ କେମିତି ଲାଗିଲା ତାହାର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ସ୍ଥାନୀୟ ସିସିଟିଭି ଯାଞ୍ଚ ସହ ଘଟଣାର ତଦନ୍ତ କରିବେ ଉଭୟ କ୍ୟାପିଟାଲ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ।