ରାଜ୍ୟସଭା ରେସ୍ : ୪ଟାରେ କାଉଣ୍ଟିଂ, ସଂଧ୍ୟାରେ ରେଜଲ୍ଟ

NEWS7
no-corona-patient-in-wuhan-chin

ଭୁବନେଶ୍ୱର ୧୬।୦୩ : କିଏ ସାଜିବ ଓଡ଼ିଶାର ସ୍ୱର । କିଏ ମାରିବ ବାଜି । କାହାର ହେବେ ରାଜ୍ୟସଭା ଆସନ । ରାଜ୍ୟସଭା ନିର୍ବାଚନ ଲାଗି ଆରମ୍ଭ ହେଲା ମତଦାନ । ବିଧାନସଭାର ୫୪ ନମ୍ବର ରୁମରେ ଚାଲିଛି ଭୋଟିଂ। ୪ଟି ରାଜ୍ୟସଭା ଆସନରେ ୫ ପ୍ରାର୍ଥୀ ଙ୍କ ଚାଲିଛି ଲଢେଇ । ବିଧାୟକଙ୍କ ହାତରେ ମନମୋହନ ସାମଲ, ସୁଜିତ କୁମାର, ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ୱର ହୋତା ଓ ଦିଲ୍ଲୀପ ରାୟଙ୍କ ଭାଗ୍ୟ । ସକାଳ ୯ ରୁ ମତଦାନ ଆରମ୍ଭ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ ମତଦାନ। ଅପରାହ୍ନ ୫ ଟାରେ ହେବ ଗଣତି । ଏହାପରେ ପ୍ରକାଶ ପାଇବ ରେଜଲ୍ଟ।