କୋହଲିଙ୍କ ବଡ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟ କୁମାର, ରୋହିତ-ଯୁବରାଜଙ୍କୁ ପକାଇଲେ ପଛରେ

NEWS7
nitish-kumar-request-state-people-to-postpone-marriage-like-celebrations

ନୂଆଦିଲ୍ଲୀ,|୦୨ :ଟି୨୦ ବିଶ୍ୱକପରେ ଦମଦାର ଆରମ୍ଭ କରିଛି ଭାରତୀୟ ଟିମ୍ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଦଳ ଆମେରିକାକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇଥିଲା । ଏକଦା ଟିମ୍ ୧୦୦ କରିପାରିବନି ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ସୂର୍ଯ୍ୟ କୁମାରଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଦଳ ୧୬୧ ରନ୍ କରିପାରିଥିଲା । ଜବାବରେ ଆମେରିକା ୧୩୨ ରନ୍ କରିବାରେ ସକ୍ଷମ ହୋଇଥିଲା ।

ମୁକାବିଲା ଜିତିବାରେ ସବୁଠୁ ବଡ ଭୁମିକା ନେଇଥିଲେ ଅଧିନାୟକ ସ୍କାଏ । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ମିଳିଛି । ତେବେ ସେ ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ୧୭ ଥର ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଟ୍ରଫି ହାତେଇଛନ୍ତି । ଏହାସହ ସେ କୋହଲିଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ।

କୋହଲି ଟି୨୦ ମୁକାବିଲାରେ ୧୬ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆଓ୍ୱାର୍ଡ ପାଇଥିଛନ୍ତି । ତେବେ ଏହାକୁ ଅତିକ୍ରମ କରିଛନ୍ତି ସୂର୍ଯ୍ୟ କୁମାର । ଏହି ମାମଲାରେ ସେ ଯୁବରାଜ ସିଂ, ରୋହିତ ଶର୍ମା ଏବଂ ଆର ଅଶ୍ୱିନଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଏହି ତିନି ଖେଳାଳି ଟି୨୦ ବିଶ୍ୱକପରେ ତିନି ଥର ଲେଖାଏଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି । ତେବେ କୋହଲି ବିଶ୍ୱକପରେ ୮ ଥର ପୁରସ୍କାର ଜିତିଛନ୍ତି ।

ଏହାସହ ଭାରତୀୟ ଦଳ ଟି୨୦ ବିଶ୍ୱକପରେ ଲଗାତାର ସର୍ବାଧିକ ବିଜୟୀ ହୋଇଥିବା ଦଳ ହୋଇଯାଇଛି । ଟି୨୦ ବିଶ୍ୱକପରେ ଭାରତ ଏବେସୁଦ୍ଧା ୯ଟି ଲଗାତାର ମ୍ୟାଚ୍ ଜିତିଛି । ଏହାସହ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଦେଇଛି । ଉଭୟ ଦଳ ୮ଟି ଲେଖାଏଁ ମୁକାବିଲା ଜିତିଥିଲେ । ସେହିପରି ବିଶ୍ୱକପରେ ଅର୍ଶଦୀପ ସିଂ ୨୯ଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି । ଟି୨୦ ବିଶ୍ୱକପରେ ୧୫ଟି ମ୍ୟାଚ୍ ଖେଳି ସର୍ବାଧିକ ଓ୍ୱିକେଟ୍ ର ରେକର୍ଡ ଏବେବି ଏନରିକ୍ ନର୍କିୟାଙ୍କ ପାଖରେ ରହିଛି । ତେବେ ଅର୍ଶଦୀପ ଭାରତୀୟ ବୋଲରଙ୍କ ମଧ୍ୟରେ ଆଗରେ ରହିଛନ୍ତି ।