LIVE TV

ଲୋକଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନ ବାଜିରେ ଲଗାଇ ଦେଲେ ପାଇଲଟ, ଜାଣନ୍ତୁ ତେଜସ କ୍ରାସକୁ ନେଇ ଆଉ କ’ଣ କହିଛି IAF?

NEWS7
nitin-gadkari-to-file-nomination-for-1st-phase-election

ନୂଆଦିଲ୍ଲୀ ୨୧।୧୧: ଭାରତୀୟ ବାୟୁସେନା (ଆଇଏଏଫ) ଯୁଦ୍ଧବିମାନ ତେଜସ୍ ଶୁକ୍ରବାର ଦୁବାଇ ଏୟାର ସୋ ରେ ପ୍ରଦର୍ଶନ କାଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଛି।ଆଇଏଏଫ କହିଛି ଯେ ଦୁର୍ଘଟଣାର କାରଣ ଖୋଜିବାକୁ ‘କୋର୍ଟ ଅଫ ଇନକ୍ୱାରୀ’ ଗଠନ କରାଯାଉଛି। ଏହା ସହିତ ଯୁଦ୍ଧବିମାନ ଉଡାଉଥିବା ପାଇଲଟ ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ବିମାନକୁ ଭିଡରୁ ଦୂରକୁ ନେଇଯାଇଥିଲେ ବୋଲି ଆଇଏଏଫ କହିଛି। ପାଇଲଟ ୱିଙ୍ଗସ୍ କୁ ଲେବୁଲ କରି ବିମାନକୁ ଭିଡରୁ ବାହାରକୁ ନେବା ବେଳେ ତାହା ଖସିପଡି ଜଳି ଯାଇଛି।

ଏହି ଦୁର୍ଘଟଣାର ଅଧିକ ସୂଚନା ଦେଇ ଆଇଏଏଫ ସୂତ୍ର କହିଛନ୍ତି ଯେ ଏଥିରେ ପୁରା ସମ୍ଭାବନା ଏହା ଯେ ପାଇଲଟ ପଜେଟିଭ ହାଇଟର୍ଣ୍ଣ ନେଇଥିଲେ। ଏହା ପରେ ସେ ଭିଡରୁ ବାହାରକୁ ଆସି କିଛି ଉଚ୍ଚତା ହାସଲ କରିବାକୁ ୱିଙ୍ଗ ଓଭର ରୋଲ କରିଥିଲେ। ତେବେ ଏହା ନେଗେଟିଭ ପୁସ୍ ଓଭରରେ ରୋଲ କରିଥିଲା ଓ ଏଥି ମଧ୍ୟରେ ବିମାନରେ କିଛି ଗଡବଡ ହୋଇଯାଇଥିଲା। ଏଣୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହା ସବୁ କେବଳ ଆକଳନ, ହେଲେ ବାସ୍ତବତା ହେଉଛି ପାଇଲଟ ତଳେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇଛନ୍ତି। ଫ୍ଲାଇଟ୍ ଡାଟା ରେକର୍ଡର ଆନାଲିସିସରୁ ଦୁର୍ଘଟଣାର ଅସଲ କାରଣ ଜଣାପଡିବ।

ଟିଭି ନ୍ୟୁଜ୍ ଚ୍ୟାନେଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଦେଖାଯାଉଥିବା ଦୁର୍ଘଟଣା ଚିତ୍ରରେ ବିମାନକୁ ବେଶ ଉଚ୍ଚରୁ ଖସୁଥିବା ଓ ତଳେ ପିଟି ହୋଇ ନିଆଁ ଗୋଳାରେ ପରିଣତ ହୋଇଥିବା ଦେଖାଯାଇଛି। ଆଇଏଏଫ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜାରି ଏକ ବୟାନରେ କହିଛି ଯେ ଏହି ଦୁର୍ଘଟଣା ଯୋଗୁ ହୋଇଥିବା ଧନଜୀବନ ହାନୀ ପାଇଁ ଦୁଃଖିତ ଓ ଦୁଃଖର ଏହି କ୍ଷଣରେ ଆଇଏଏଫ ଶୋକ ସନ୍ତପ୍ତ ପରିବାରଙ୍କ ସହିତ ଛିଡା ହୋଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ ଇନକ୍ୱାରୀ ଗଠନ କରାଯାଉଛି। ଏହି ମାମଲାରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।