LIVE TV

ରୋହିଣୀଙ୍କ ନାମ ଆଗରେ କାହିଁକି ଲାଗୁଛି ‘ଆଚାର୍ଯ୍ୟ’ ସଂଜ୍ଞା ?ପଛରେ ଅଛି ରୋଚକ କାହାଣୀ

NEWS7
niti-ayog-meeting

ପାଟନା ୧୬।୧୧: ଲାଲୁ ଓ ରାବଡୀଙ୍କ ୯ ସନ୍ତାନଙ୍କ ମଧ୍ୟରେ ରୋହିଣୀ ଆଚାର୍ଯ୍ୟ ମଧ୍ୟ ଜଣେ। ସେ ତେଜସ୍ୱୀ ଓ ତେଜ ପ୍ରତାପଙ୍କଠୁ ବଡ଼ ଓ ଭାଇ ଭଉଣୀଙ୍କ ମଧ୍ୟରେ ଦ୍ୱିତୀୟ ବଡ଼ ଝିଅ। ରୋହିଣୀ ଡିସେମ୍ବର ୨୦୨୨ରେ ତାଙ୍କ ପିତାଙ୍କୁ କିଡନୀ ଦାନ କରି ଦେଶରେ ଚର୍ଚ୍ଚାକୁ ଆସିଥିଲେ। ଗତବର୍ଷ ରୋହିଣୀ ଯେତେବେଳେ ନିର୍ବାଚନ ଲଢିଥିଲେ ତାଙ୍କ ନିର୍ବାଚନମଣ୍ଡଳରେ ତାଙ୍କୁ ‘କିଡନୀ ଦାନ କରିଥିବା ଝିଅ’ ବୋଲି ସମ୍ବୋଧନ କରାଯାଇଥିଲା। ସେ ସାରଣ ନିର୍ବାଚନମଣ୍ଡଳିରୁ ଲଢିଥିଲେ। ଏହା ତାଙ୍କ ପିତାଙ୍କ ଆସନ। ଏହି ଆସନରୁ ଲାଲୁ ଯାଦବ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ପଞ୍ଚମବାର ସେ ରାଜୀବ ପ୍ରତାପ ଋଡିଙ୍କ ଠାରୁ ପରାସ୍ତ ହୋଇଥିଲେ, ହେଲେ ଲାଲୁଙ୍କ ଭାଷଣ ଆରଜେଡି ସମର୍ଥକଙ୍କୁ ବେଶ୍ ପ୍ରଭାବିତ କରିଥିଲା।

ରୋହିଣୀଙ୍କ ନାମ ତାଙ୍କ ଜନ୍ମ ନକ୍ଷତ୍ର ଅନୁସାରେ ଦିଆଯାଇଥିଲା। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସେ ରୋହିଣୀ ନକ୍ଷତ୍ରରେ ଜନ୍ମ ହୋଇଥିଲେ। ହେଲେ ତାଙ୍କ ସଂଜ୍ଞା (ଉପନାମ) ପାଟନାର ଜଣେ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ନାମାନୁସାରେ ରହିଛି। ଇଣ୍ଡିଆନ ଏକ୍ସପ୍ରେସ୍ର ଏକ ରିପୋର୍ଟ ଅନୁସାରେ ଡା. କମଲା ଆଚାର୍ଯ୍ୟ ରୋହିଣୀଙ୍କ ଜନ୍ମ କରାଇଥିଲେ। ସନ୍ତାନ ଜନ୍ମ ପରେ ଲାଲୁ ଯାଦବ ଡାକ୍ତରଙ୍କୁ ଫି ଦେବାକୁ ଚାହିଁଥିଲେ, ହେଲେ ଡାକ୍ତର ଅମଙ୍ଗ ହୋଇଥିଲେ। କିନ୍ତୁ ଲାଲୁ ବାରମ୍ବାର ନିବେଦନ କରିବାରୁ ଡାକ୍ତର ନବଜାତକଙ୍କୁ ତାଙ୍କ ନାମରେ ନାମିତ କରିବାକୁ କହିଥିଲେ। ଏଥିରେ ଲାଲୁ ରାଜି ହୋଇଯାଇଥିଲେ ଏଣୁ ରୋହିଣୀଙ୍କ ନାମରେ ଡା. ଆଚାର୍ଯ୍ୟଙ୍କ ନାମ ଯୋଡି ହୋଇଯାଇଥିଲା।

ରୋହିଣୀ ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ଏମବିବିଏସ ପଢିବା ପରେ ୨୦୦୨ ମସିହାରେ ପାଟନାରେ ସମରେଶ ସିଂହଙ୍କୁ ବିବାହ କରିଥିଲେ। ସମରେଶ ସିଂହ ଜଣେ ସଫ୍ଟେୱେର ଇଞ୍ଜିନିୟର ଅଟନ୍ତି। ବିବାହ ପରେ ରୋହିଣୀ ତାଙ୍କ ପତିଙ୍କ ସହିତ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକା ଚାଲି ଯାଇଥିଲେ। ଏବେ ସେମାନେ ସିଙ୍ଗାପୁରରେ ରହୁଛନ୍ତି। ରୋହିଣୀ ଓ ସମରେଶଙ୍କ ଦୁଇଟି ସନ୍ତାନ ଅଛନ୍ତି।