ଆର୍ଯ୍ୟନ ଖାନଙ୍କୁ ବଡ଼ ଆଶ୍ୱସ୍ତି, ସମୀର ୱାଙ୍ଖଡେଙ୍କ ମାନହାନି ଆବେଦନକୁ ଦିଲ୍ଲୀ ହାଇକୋର୍ଟଙ୍କ ଖାରଜ

NEWS7
nirbhaya-rape-murder-convicts-review-plea-in-supreme-court-today

ମୁମ୍ଵାଇ ୩୦।୦୧; ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀ ସମୀର ୱାଙ୍ଖେଡେଙ୍କୁ ବଡ଼ ଝଟକା । କୋର୍ଟ ନେଟଫ୍ଲିକ୍ସ ଏବଂ ଶାହାରୁଖ ଖାନଙ୍କ ପ୍ରଯୋଜନା ସଂସ୍ଥା, ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ବିରୋଧରେ ଦାୟର ମାନହାନି ମାମଲାକୁ ଖାରଜ କରିଦେଇଛନ୍ତି । ଏହି ମାମଲା ବଲିଉଡ ସୁପରଷ୍ଟାରଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନିର୍ଦ୍ଦେଶିତ ଧାରାବାହିକ "ଦି ବ୍ୟାଡ୍ସ ଅଫ୍ ବଲିଉଡ" ସହ ଜଡିତ । ସମୀର ୱାଙ୍ଖେଡେ ଦାବି କରିଥିଲେ ଯେ ଏହି ସିରିଜ ତାଙ୍କୁ ଉପହାସ କରିଛି । ଏହାକୁ ଆଧାର କରି ସେ ୨ କୋଟିର ମାନହାନି ଦାବି କରିଥିଲେ ।

ସମୀର ୱାଙ୍ଖେଡେଙ୍କ ଆବେଦନ ଖାରଜ

ଗୁରୁବାର ଦିନ ଜଷ୍ଟିସ୍ ପୁଷ୍ପେନ୍ଦ୍ର କୌରବଙ୍କ ଖଣ୍ଡପୀଠ କ୍ଷେତ୍ରାଧିକାର ଆଧାରରେ ମାମଲାକୁ ବିଚାର କରିବାକୁ ମନା କରିଦେଇ କହିଥିଲେ ଯେ ଏହି କୋର୍ଟ ଏହି ଆବେଦନର ଶୁଣାଣି ପାଇଁ ଉପଯୁକ୍ତ ଫୋରମ୍ ନୁହେଁ । ଖଣ୍ଡପୀଠ ୱାଙ୍ଖଡେଙ୍କୁ ଏକ ଉପଯୁକ୍ତ ଫୋରମ୍ ପାଖକୁ ଯିବାକୁ ଅନୁମତି ଦେଇଥିଲେ ଏବଂ ତାଙ୍କ ମାମଲାକୁ ଖାରଜ କରିଦେଇଥିଲେ । ଜଷ୍ଟିସ୍ କୌରଭ କହିଛନ୍ତି ଯେ ତାଙ୍କ ପାଖରେ ଆବେଦନର ଶୁଣାଣି କରିବାର ଅଧିକାର ନାହିଁ, ତେଣୁ ସେ ମାମଲାକୁ ଖାରଜ କରି ଦେଇଛନ୍ତି । ତଥାପି, ସେ ସ୍ପଷ୍ଟ କରିଛନ୍ତି ଯେ ସମୀର ୱାଙ୍ଖେଡେ, ଯିଏ ୨୦୨୧ରେ ଆର୍ଯ୍ୟନଙ୍କୁ ଡ୍ରଗ୍ସ ରଖିବା, ସେବନ କରିବା ଏବଂ ଚାଲାଣ କରିବା ଅଭିଯୋଗରେ ଗିରଫ କରି ଶିରୋନାମାରେ ସ୍ଥାନ ପାଇଥିଲେ।

କହିବାକୁ ଗଲେ ୱାଙ୍ଖେଡେ ଅଭିଯୋଗ କରିଥିଲେ ଯେ ଏହି ସଂସ୍ଥାଗୁଡ଼ିକ ଦ୍ୱାରା ନିର୍ମିତ ତଥା ଆର୍ଯ୍ୟନ ଖାନଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ 'ଦ ବେଡ୍ସ ଅଫ୍ ବଲିଉଡ୍' ରେ ତାଙ୍କ ପ୍ରତିଷ୍ଠା କ୍ଷୁର୍ଣ୍ଣ ହୋଇଛି । ସମୀର ୱାଙ୍ଖଡେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ଏହି ସିରିଜରେ ତାଙ୍କୁ ମିଥ୍ୟା ଏବଂ ମାନହାନିଜନକ ଭାବରେ ଚିତ୍ରଣ କରାଯାଇଛି । ସେ ଦାବି କରିଥିଲେ ଯେ ଭିଡିଓ ବିଷୟବସ୍ତୁ ତାଙ୍କ ଭାବମୂର୍ତ୍ତିକୁ ଗୁରୁତର କ୍ଷତି ପହଞ୍ଚାଇଛି । ଏହି ଶୋ’ଟି ଜାଣିଶୁଣି ତାଙ୍କ ଛବିକୁ ଖରାପ କରିବା ପାଇଁ ଡିଜାଇନ୍ କରାଯାଇଛି । ବିଶେଷକରି ଏପରି ଏକ ସମୟରେ ଯେତେବେଳେ ତାଙ୍କ ଏବଂ ଆର୍ଯ୍ୟନ ଖାନଙ୍କ ସହ ଜଡିତ ମାମଲାଗୁଡ଼ିକ ବମ୍ବେ ହାଇକୋର୍ଟ ଏବଂ ମୁମ୍ବାଇର NDPS ସ୍ୱତନ୍ତ୍ର କୋର୍ଟରେ ବିଚାରାଧୀନ ଅଛି । ୱାଙ୍ଖେଡେ କହିଛନ୍ତି ଯେ ଏହି ଶୋ’ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରେ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ଟାର୍ଗେଟ କରେ ।

ଆବେଦନରେ ଏକ ନିର୍ଦ୍ଦିଷ୍ଟ ସିନ୍ ମଧ୍ୟ ଉଲ୍ଲେଖ କରାଯାଇଛି ଯେଉଁଥିରେ ଜଣେ ଚରିତ୍ର "ସତ୍ୟମେବ ଜୟତେ" ସ୍ଲୋଗାନ କରିବା ପରେ ଏକ ଅଶ୍ଳୀଳ ଇଙ୍ଗିତ କରନ୍ତି। ସମୀର ୱାଙ୍ଖେଡେ ଏହାକୁ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, 1971 ର ଏକ ଗମ୍ଭୀର ଉଲ୍ଲଂଘନ ବୋଲି ବର୍ଣ୍ଣନା କରିଛନ୍ତି, ଯାହା ଏକ ଦଣ୍ଡନୀୟ ଅପରାଧ । ଏହା ବ୍ୟତୀତ ସେ କହିଥିଲେ ଯେ ଧାରାବାହିକର ବିଷୟବସ୍ତୁ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ବ୍ୟବସ୍ଥାକୁ ଉଲ୍ଲଂଘନ କରେ, କାରଣ ଏହା ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ମାଧ୍ୟମରେ ଜାତୀୟ ଭାବନାକୁ ଆଘାତ ଦିଏ । ଏନେଇ ସମୀର ୱାଙ୍ଖଡେ ଦିଲ୍ଲୀ ହାଇକୋର୍ଟରେ ୨ କୋଟି କ୍ଷତିପୂରଣ ଦାବି କରି ଏକ ଆବେଦନ ଦାଖଲ କରିଥିଲେ ।