LIVE TV

କଟକ ପରେ ଜଗତସିଂହପୁର, ପ୍ରବଳ ବର୍ଷା ଓ ପବନରେ ଭାଙ୍ଗିଲା ଲାଇଟ୍ ଗେଟ୍

NEWS7
nirbhaya-case-convict-akshay-thakur-wife-file-divorce-petition-in-a-family-court

ଜଗତସିଂହପୁର ୦୨।୧୦ : ଜଗତସିଂହପୁର ବାଲିକୁଦ ବଜାରରେ ଅଘଟଣ। କଟକ ପରେ ଜଗତସିଂହପୁରରେ ଭାଙ୍ଗିଲା ଲାଇଟ୍ ଗେଟ୍। ବାଉଁଶ ଗେଟ୍ ତଳେ ଦୁଇଟି ବାଇକ୍ ସହ ଚାପି ହୋଇ ରହିଗଲେ ୫ ଜଣ । ସମସ୍ତଙ୍କୁ ଉଦ୍ଧାର କରାଯାଇ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ଉପକୂଳ ମୁହାଁ ଗଭୀର ଅବପାତ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ପୁରୀ ଏବଂ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସହ ୪୦ରୁ ଅଧିକ ବେଗରେ ପବନ ​‌ଲାଗି ଜଗତସିଂପୁର ବାଲିକୁଦ ବଜାରରେ ଅଘଟଣା ଘଟିଛି। ଦୁର୍ଗାପୂଜା ପାଇଁ ଲାଗିଥିବା ୩୦ ଫୁଟ୍ ଉଚ୍ଚର ବଡ଼ ଲାଇଟ୍ ଗେଟ୍ ଭାଙ୍ଗିପଡିଥିଲା। ଗେଟ୍ ତ​‌ଳେ ଦୁଇଟି ବାଇକ୍ ସହ ୫ ଜଣରୁ ଅଧିକ ଚାପିହୋଇ ରହିଯାଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି କଟର ସହାୟତରେ ବାଉଁଶ କାଟି ରାସ୍ତାରୁ ହଟାଇବାକୁ ଉଦ୍ୟମ ଜାରି ରଖିଛନ୍ତି।