ଭାରତର ଶାଣିତ ବୋଲିଂ, ୧୫୩ ରନରେ ଅଟକିଲା କିଓ୍ଵି ଟିମ୍; ବୁମରାଙ୍କୁ ୩ ଓ୍ଵିକେଟ୍

NEWS7
nilagiri-jagannath-pusyabhisek

ଗୌହାଟୀ: ଗୌହାଟୀରେ ଆଜି ଖେଳା ଯାଉଛି ଭାରତ ବନାମ ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୧୫୩ ରନ କରି ପାରିଛି। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ଦଳ ବଡ଼ ସ୍କୋର କରି ପାରିନାହିଁ। ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ୧୫୪ ରନର ବିଜୟ ଲକ୍ଷ୍ୟ ରହିଛି। ଗ୍ଲେନ ଫିଲିପ୍ସ ସର୍ବାଧିକ ୪୮ ରନ କରିଥିବା ବେଳେ ମାର୍କ ଚପମ୍ୟାନ ୩୨ ରନ ଓ ଅଧିନାୟକ ମିଚେଲ୍ ସାଣ୍ଟନର ୨୭ ରନ କରିଛନ୍ତି। ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ ଓ୍ଵିକେଟ୍ ନେଇଛନ୍ତି। ରବି ବିଷ୍ଣୋଇ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ମିଳିଛି।

Updating...