ଇସ୍ରାଏଲୀ ସଂସଦରେ ମୋଦୀଙ୍କ ବଡ଼ ସନ୍ଦେଶ; ଇସ୍ରାଏଲ ସହିତ ରହିଛି ଭାରତ, ହମାସ ହମଲାକୁ କଲେ କଡ଼ା ନିନ୍ଦା

NEWS7
nikitas-husband-pushed-her-from-roof

ନୂଆଦିଲ୍ଲୀ: ଇସ୍ରାଏଲର ସଂସଦକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ସେ ମୁସଲିମ ଦେଶଗୁଡ଼ିକୁ ବଡ଼ ସନ୍ଦେଶ ଦେଇଛନ୍ତି। ପିଏମ ମୋଦୀ କହିଛନ୍ତି, ଭାରତ ଗାଜା ଶାନ୍ତି ପ୍ରସ୍ତାବକୁ ସମର୍ଥନ କରୁଛି। ଏହି ରାଜିନାମା କ୍ଷେତ୍ରରେ ନ୍ୟାୟ ଓ ଶାନ୍ତିର ଆଶାକୁ ଜାଗ୍ରତ କରୁଛି। ଏଥିସହ ଅକ୍ଟୋବର ୭ରେ ହମାସ ଦ୍ଵାରା ଇସ୍ରାଏଲ ଉପରେ ହୋଇଥିବା ହମଲାର ମଧ୍ୟ କଡ଼ା ନିନ୍ଦା କରିଛନ୍ତି ମୋଦୀ।

ଇସ୍ରାଏଲ ସଂସଦକୁ ସମ୍ବୋଧିତ କରି ପିଏମ ମୋଦୀ କହିଛନ୍ତି, ଗତ କିଛି ବର୍ଷରେ ଭାରତ ଦୁନିଆର ଦ୍ରୁତଗତିରେ ବଢୁଥିବା ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି। ଶୀଘ୍ର ଆମେ ଦୁନିଆର ତୃତୀୟ ଶୀର୍ଷ ଅର୍ଥ ବ୍ୟବସ୍ଥାରେ ସାମିଲ୍ ହେବୁ। ଗତ କିଛି ବର୍ଷରେ ଭାରତ ଦ୍ଵିତୀୟ ଦେଶ ସହିତ ଅନେକ ଜରୁରୀ ଟ୍ରେଡ ଏଗ୍ରିମେଣ୍ଟ କରିଛି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଇହୁଦୀ ସମୁଦାୟ ଭାରତରେ ବିନା କୌଣସି ଭେଦଭାବରେ ରହି ଆସୁଛନ୍ତି। ସେମାନେ ନିଜର ଧର୍ମକୁ ବଞ୍ଚାଇ ରଖିଛନ୍ତି। ସମାଜରେ ସଂପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିଛନ୍ତି।

Also read: ହୋଲି ପାଇଁ ରେଲଓ୍ଵେର ପ୍ରସ୍ତୁତ, ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ସ୍ଵତନ୍ତ୍ର ଟ୍ରେନ ଘୋଷଣା

ପିଏମ ମୋଦୀ କହିଛନ୍ତି, କୌଣସି ବି କାରଣ ପାଇଁ ସାଧାରଣ ଲୋକଙ୍କ ହତ୍ୟାକୁ ଉଚିତ୍ କୁହାଯାଇ ପାରିବ ନାହିଁ। କେହି ବି ଆତଙ୍କବାଦକୁ ଉଚିତ୍ ଦର୍ଶାଇ ପାରିବେ ନାହିଁ। ଭାରତ ମଧ୍ୟ ଦୀର୍ଘ ସମୟ ଧରି ଆତଙ୍କବାଦର ଯନ୍ତ୍ରଣା ସହି ଆସୁଛି। ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାରେ ଇସ୍ରାଏଲ ନାଗରିକଙ୍କ ସମେତ ଶତାଧିକ ନିରୀହ ଲୋକଙ୍କ ପ୍ରାଣହାନୀ ଘଟଣା ଏବେ ବି ମନରେ ସତେଜ ଅଛି। ଆପଣଙ୍କ ପରି ଆମର ମଧ୍ୟ ଆତଙ୍କବାଦ ପାଇଁ ଶୂନ୍ୟ ସହନଶୀଳ ନୀତି ରହିଛି। ଏଥିରେ କୌଣସି ଦୋମୁହାଁ ନୀତିର ସ୍ଥାନ ନାହିଁ।

ଇସ୍ରାଏଲ ସଂସଦକୁ ସମ୍ବୋଧିତ କରି ପିଏମ ମୋଦୀ କହିଛନ୍ତି, ଗାଜା ପିସ୍ ଇନିସିଏଟିଭ, ଯାହାକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଞ୍ଜୁରୀ ଦେଇଛି, ତାହା ଏକ ମାର୍ଗ ଦେଖାଇଛି। ଭାରତ ଶାନ୍ତି ପାଇଁ ଏହି ପ୍ରୟାସକୁ ସମର୍ଥନ ଜଣାଉଛି। ଆମର କହିବା କଥା ଏଥିରେ ଅଞ୍ଚଳର ସମସ୍ତ ଲୋକଙ୍କ ପାଇଁ ଏକ ଉଚିତ୍ ଏବଂ ଦୀର୍ଘ ସ୍ଥାୟୀ ଶାନ୍ତିର ମାର୍ଗ ପ୍ରଶସ୍ତ କରିବ। ଆମର ସମସ୍ତ ପ୍ରୟାସ ଉଚିତ୍ ବୁଝାମଣା, ସାହାସ ଓ ମଣିଷ ମଣିଆ ମାର୍ଗରେ ଚାଲିବା ଉଚିତ୍।

Also read: ମାଦୁରୋଙ୍କୁ ଘରୁ ଗିରଫ କରିଥିଲେ ଏହି ଆମେରିକୀୟ ସୈନ୍ୟ କମାଣ୍ଡର, ପ୍ରଥମ ଥର ପାଇଁ ଆସିଲେ ସାମ୍ନାକୁ

ଏହା ପୂର୍ବରୁ ଇସ୍ରାଏଲର ଦୁଇ ଦିନିଆ ଗସ୍ତରେ ତେଲ ଅଭିଭ ପହଞ୍ଚିଥିଲେ ଭାରତୀୟ ପ୍ରଧାନମନ୍ତ୍ରୀ। ଏହାର କିଛି ଘଣ୍ଟା ପରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲର ସଂସଦକୁ ସମ୍ବୋଧିତ କରିଛନ୍ତି। ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନିଜର ୧୦ ବର୍ଷର କାର୍ଯ୍ୟକାଳରେ ମୋଦୀଙ୍କ ଏହା ଦ୍ଵିତୀୟ ଇସ୍ରାଏଲ ଗସ୍ତ। ଶେଷ ଥର ୨୦୧୭ରେ ଇସ୍ରାଏଲ ଯାତ୍ରା କରିଥିଲେ ପିଏମ ମୋଦୀ।