LIVE TV

ଏବେ ଶୋଷରେ ଛଟପଟ ହେବ ପାକିସ୍ତାନ, ସିନ୍ଧୁ ନଦୀରେ ଅଛି ମାତ୍ର ୩୦ ଦିନର ପାଣି

NEWS7
nikhoj-nabalakanka-mrutadeha-udhar

ନୂଆଦିଲ୍ଲୀ ୧।୧୧: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ସରକାର କଡ଼ା ପଦକ୍ଷେପ ନେଇ ପାକିସ୍ତାନ ସହ ସିନ୍ଧୁ ଚୁକ୍ତି ରଦ୍ଦ କରିଦେଇଛନ୍ତି। ଭାରତର ଅଭିମୁଖ୍ୟ ସ୍ପଷ୍ଟ ଥିଲା ପାଣି ଓ ରକ୍ତ ଏକ ସଙ୍ଗରେ ବହି ପାରିବନି। ତେବେ ସିନ୍ଧୁ ନଦୀ ଅବବାହିକା ଉପରେ ପାକିସ୍ତାନର ନିର୍ଭରତା ସବୁଠୁ ଅଧିକ। ଏବେ ନୂଆ ଇକୋଲଜିକାଲ ଥ୍ରେଟ୍ ରିପୋର୍ଟ ୨୦୨୫ ପାକିସ୍ତାନ ଏବେ ଭୀଷଣ ଜଳ ସଂକଟର ସମ୍ମୁଖୀନ ହୋଇଥିବା ସୂଚିତ କରୁଛି।

ଅଷ୍ଟ୍ରେଲିୟା ଥିଙ୍କ ଟ୍ୟାଙ୍କ ଇନଷ୍ଟିଚ୍ୟୁଟ୍ ଫର ଇକୋନମିକ୍ସ ଆଣ୍ଡ ପିସ୍ ପକ୍ଷରୁ ଏହି ରିପୋର୍ଟ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ପାକିସ୍ତାନ କୃଷି ପାଇଁ ୮୦% ସିନ୍ଧୁ ଜଳ ଉପରେ ନିର୍ଭରଶୀଳ। ଏଥିରେ ଭାରତ ସିନ୍ଧୁ ଜଳ ସନ୍ଧିକୁ ରଦ୍ଦ କରି ଯେପରି ପାଣିକୁ ଅଟକାଇ ରଖିଛି ତାହା ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଛି। ରିପୋର୍ଟରେ ଦାବି କରାଯାଇଛି ଯେ ପାକିସ୍ତାନ ଏବେ କେବଳ ୩୦ ଦିନ ପାଇଁ ପାଣି ଷ୍ଟୋର କରିପାରିବ। ପାଣି ଅଭାବ ଯୋଗୁ ପାକିସ୍ତାନୀ ଚାଷୀଙ୍କୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ତେବେ ରିପୋର୍ଟରେ ଏହା ବି କୁହାଯାଇଛି ଯେ ଭାରତ ପଶ୍ଚିମାଞ୍ଚଳରେ ଥିବା ନଦୀରେ ବନ୍ଧ କରି ଅଧିକ ପାଣି ରୋକି ପାରିବନି। ରନ୍-ଅଫ-ଦି ରିଭର ପ୍ରୋଜେକ୍ଟ ରେ ଏହି ନଦୀ ବନ୍ଧମାନଙ୍କ ଦ୍ୱାରା ପାଣି ପ୍ରବାହକୁ ସମ୍ପୂର୍ଣ୍ଣ ରୋକି ହେବନି। ଏଣୁ ଯଦି ଭାରତ ପାଣିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାହିଁବ ତେବେ ତାକୁ ଅନ୍ୟ ଉପାୟ କରିବାକୁ ପଡିବ। ରିପୋର୍ଟରେ କୁହାଯାଇଛି ସିନ୍ଧୁ ନଦୀ ଓ ଏହାର ସହାୟକ ନଦୀ ଭାରତ ଓ ପାକିସ୍ତାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଜଳ ମାର୍ଗ, ଯାହା ପାକିସ୍ତାନର କୃଷି ଲାଗି ଆବଶ୍ୟକ ଅଧିକାଂଶ ଜଳ ଦେଉଛି।

ଏଥିରେ ଭାରତ ପଶ୍ଚିମ ନଦୀମାନଙ୍କ ଉପଯୋଗ ଜଳ ବିଦ୍ୟୁତ ଉତ୍ପାଦନ, ନୌବହନ ଓ ସୀମିତ ଜଳ ସେଚନ ଭଳି ଅଣ ଉପଯୋଗୀ ଆବଶ୍ୟକତା ନିମନ୍ତେ କରିପାରେ। ହେଲେ ସୀମା ପରେ ଏହି ନଦୀଙ୍କ ଜଳକୁ ମୋଡି ପାରିବନି କି ସଂଗ୍ରୁହିତ କରିପାରିବନି। ବଦଳରେ ପାକିସ୍ତାନ ପୂର୍ବାଞ୍ଚଳର ନଦୀମାନଙ୍କ ବିଶେଷ ଉପଯୋଗ ଅନୁମତି ଭାରତକୁ ଦେବାର ଥିଲା। ଏଥି ଲାଗି ଭାରତ ଦ୍ୱାରା ମୋଡା ଯିବାକୁ ଥିବା ପୂର୍ବ ନଦୀମାନଙ୍କ ପାଣିର ଭରଣା ଲାଗି ପାକିସ୍ତାନ ପକ୍ଷରୁ ନୂଆ କେନାଲ ଓ ଜଳଭଣ୍ଡାର ନିର୍ମାଣ କରିବାର ଆବଶ୍ୟକତା ଥିଲା।