ଛେଚିଲା ପିଟିଲା ବ୍ରେନ୍ ଡେଡ୍ କରିଦେଲା, ସୁରକ୍ଷାକର୍ମୀ ହୋଇ ବି ରକ୍ତମୁଖା ଖୁନୀ ସ୍ୱାମୀ କବଳରୁ ବର୍ତ୍ତିପାରିଲେନି

NEWS7
nick-jonas-flirt-with-sister-in-law-pareeniti-chopra

ନୂଆଦିଲ୍ଲୀ,|୧: ମହିଳା କମାଣ୍ଡୋଙ୍କୁ ହତ୍ୟା । ଦିଲ୍ଲୀ ପୋଲିସରେ କର୍ତ୍ତବ୍ୟରତ ୨୭ ବର୍ଷୀୟ ଜଣେ ମହିଳା କନଷ୍ଟେବଳଙ୍କୁ ହତ୍ୟା କରାଯାଇଛି । ସେ ସ୍ପେଶାଲ ଓ୍ୱିପନ୍ ଆଣ୍ଡ୍ ଟାକ୍ଟିଟିକ୍ସ ବା ସ୍ୱାଟରେ ନିୟୋଜିତ ହୋଇଥିଲେ । ମଙ୍ଗଳବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ତେବେ ସ୍ୱାମୀ ପ୍ରବଳ ମାରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଜୀବନ ଯୁଦ୍ଧରେ ସେ ହାରିଯାଇଥିଲେ ।

ରିପୋର୍ଟ ଅନୁସାରେ, ପ୍ରାଣ ହରାଇଥିବା ମହିଳା କନଷ୍ଟେବଳ ହେଲେ ୨୭ ବର୍ଷୀୟ କାଜଲ । ସ୍ୱାମୀ ଏକ ଓଜନିଆ ବସ୍ତୁରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡ ଘରର କବାଟରେ ପିଟି ହୋଇଯାଇଥିଲା । ମୁଣ୍ଡଡ ମାଡ ହେବା ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା ।ପ୍ରଥମେ ତାଙ୍କୁଦ୍ୱାରକାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଜାନୁଆରୀ ୨୫ ତାରିଖରେ ନେହରୁନଗରରେ ଥିବା ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତରଙ୍କ ସମସ୍ତ ପ୍ରୟାସ ବିଫଳ ହୋଇଥିଲା ।

ପୋଲିସର କହିବାନୁସାରେ, କାଜଲଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି । ଏଫଆଇଆରେ ସ୍ୱାମୀ ଅଙ୍କୁର ଚୌଧରୀ ତାଙ୍କୁ ସଦାବେଳେ ମାଡ ମାରୁଥିବା ଏବଂ ଅତ୍ୟାଚାର କରୁଥିବା କଥା ଉଲ୍ଲେଖ ରହିଛି ।୨୦୨୩ରେ ଉଭୟଙ୍କର ବିବାହ ହୋଇଥିଲା । କିନ୍ତୁ ବିବାହର କିଛି ଦିନ ପରେ କାଜଲଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା । ଉଭୟଙ୍କର ଏକ ଦେଢ ବର୍ଷର ସନ୍ତାନ ରହିଛି ।

ଭାଇଙ୍କୁ ଶେଷ କଲ୍

କାଜଲଙ୍କୁ ଆକ୍ରମଣ କରିବା ଦିନ ସ୍ୱାମୀ ଅଙ୍କୁର କାଜଲଙ୍କ ଭାଇ ନିଖିଲଙ୍କୁ କଲ୍ କରିଥିଲେ । ଏପରିକି ସେ ନିଜେ କାଜଲଙ୍କୁ ହତ୍ୟା କରିଥିବା ନିଖିଲଙ୍କୁ କହିଥିଲେ । ନିଖିଲ କହିଛନ୍ତି ଯେ, ଜାନୁଆରୀ ୨୨ ରାତି ୧୦ଟାରେ ଅଙ୍କୁରଙ୍କ ନମ୍ବରରୁ କଲ୍ ଆସିଥିଲା । କାଜଲ ତାଙ୍କ ସହ ଯୁକ୍ତି କରୁଥିବା ସେ କହିଥିଲେ । ଏହାପରେ କାଜଲ ଅଙ୍କୁରଙ୍କଠୁ ଫୋନ ଛଡାଇ ନିଖିଲଙ୍କୁ ସବୁ କଥା କହିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଙ୍କୁର ଫୋନ ଛଡାଇ ନେଇଥିଲେ । ଏହାସହ ସେ କାଜଲକୁ ହତ୍ୟା କରିବାକୁ ଯାଉଥିବା ନିଖିଲଙ୍କୁ କହିଥିଲେ । ଏହାପରେ ଫୋନରେ କେବଳ ଚିତ୍କାର ଶୁଭିଥିଲା ।

ଏହାର କିଛି ମିନିଟ ପରେ ଅଙ୍କୁର ପୁଣି କଲ୍ କରିଥିଲେ । ଏହାସହ କାଜଲକୁ ସେ ହତ୍ୟା କରିଥିବା ପ୍ରକାଶ କରିଥିଲେ । ଏଠାକୁ ଆସି ମୃତଦେହ ନେଇଯିବାକୁ ମଧ୍ୟ କହିଥିଲେ । ରାତି ୧୨ଟାରେ ସେ ଦିଲ୍ଲୀରେ ପହଁଚିଥିଲେ । ସେତେବେଳଙ୍କୁ ଅଙ୍କୁରଙ୍କ ପରିବାର ଲୋକେ କାଜଲଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇ ସାରିଥିଲେ । ଡାକ୍ତର ସେଠାରେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଜାନୁଆରୀ ୨୫ରେ ନେହରୁ ନଗରରେ ଥିବା ଅନ୍ୟ ଏକ ହସ୍ପିଟାଲରେ କାଜଲଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅଭିଯୁକ୍ତ ଗିରଫ

ଘଟଣାରେ ଅଙ୍କୁରଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ପୋଲିସ ପଚରାଉଚୁରା କରୁଛି । ମାମଲାର ସଦନ୍ତ ଜାରି ରରହିଥିବା ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ।