ଅଂଶୁଘାତ ମୁକାବିଲା: ଶକ୍ତି ବିଭାଗକୁ ନିର୍ଦେଶ, ଖରା ଦିନେ ହେବନି ବିଦ୍ୟୁତ କାଟ

NEWS7
nhrc-ordered-to-chief-secretary-to-take-action-against-bhubaneswar-apollo-hospital-regarding-kidney-theft

ଭୁବନେଶ୍ୱର ୧୨/୦୩: ଏବେ ଚାଲିଛି ମାର୍ଚ୍ଚ । ଏପ୍ରିଲ ନଆସୁଣୁ ତାଉ ଦେଖାଇଲାଣି ତାତି । ସଠି ଖରାର ପ୍ରକୋପ । ଅସହ୍ୟ ଖରାକୁ ଦେଖି ସରକାର ବି ତପ୍ତରତା ପ୍ରକାଶ କଲେଣି । ରାଜ୍ୟ ସରକାରଙ୍କୁ ଘାରିଛି ଅଂଶୁଘାତ ମୁକାବିଲା ଚିନ୍ତା । ସେସବୁକୁ ଦୃଷ୍ଟିରେ ରଖି ସରକାର ହେଉଛି ବଡ଼ ବଡ଼ ନିଷ୍ପତ୍ତି । ସେଥିପାଇଁ ଖରାଦିନେ ହେବନି ବିଦ୍ୟୁତ କାଟ୍ ।

ଖାସ୍ କରି ଶକ୍ତି ବିଭାଗକୁ ନିର୍ଦେଶ ଦେଇଛି ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ । ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ । ୧୦ ପୌରାଞ୍ଚଳ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇସାରିଛି । ୩୦ ଜିଲ୍ଲା ଓ ଟ୍ୱିନ ସିଟି ପାଇଁ ପ୍ରସ୍ତୁତ ହୋଇଛି ହିଟୱେଭ ଆକ୍ସନ ପ୍ଲାନ । ରାଜ୍ୟ ଓ ଜିଲ୍ଲାସ୍ତରରେ ଖୋଲିଛି କଣ୍ଟ୍ରୋଲ ରୁମ ଜାତୀୟ ବିପର୍ଯୟ ତାଲିକାରେ ସାମିଲ ହେବ ହିଟୱେଭ । ଏନେଇ ସୁପାରିଶ କରିଛନ୍ତି ୧୬ ତମ ଅର୍ଥ କମିସନ । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।