LIVE TV

ଭାରସାମ୍ୟ ହରାଇଲା, ଡିଭାଇଡରକୁ ଧକ୍କା ଦେଲା ; କାର୍ ଓଲଟି ଚାଲିଗଲା ୩ ଜଣଙ୍କ ଜୀବନ

NEWS7
news7-rescue-live

ବରଗଡ଼ ୧୦: ମିଟିଂ ସାରି ଫେରିବା ବେଳେ ଚାଲିଗଲା ଜୀବନ l ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ଭାରସାମ୍ୟ ହରାଇ ଡିଭାଇଡ଼ରକୁ ଧକ୍କା ଦେଇ ଓଲଟି ପଡିଲା କାର୍ l ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା l ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇ ବରଗଡ଼ର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l

ସୂଚନାଯୋଗ୍ୟ ଯେ, ଏକ ଘରୋଇ ରଙ୍ଗ କମ୍ପାନୀରେ କାମ କରୁଥିଲେ ୩ ଯୁବକ । ସମ୍ବଲପୁରରେ ଆୟୋଜିତ ହୋଇଥିଲା ଏକ ମିଟିଂ । ସେଥିରେ ଯୋଗଦେବା ପାଇଁ ୩ ଜଣ ଯାକ ଯାଇଥିଲେ ।  ତାଙ୍କ ସହ ଆଉ ଜଣେ ମଧ୍ୟ ଯାଇଥିଲେ । ମିଟିଂ ସାରି ବରଗଡ଼ ଫେରିବା ବେଳେ ଘଟିଥିଲା ଦୁର୍ଘଟଣା l ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ମୃତକ ମାନେ ହେଲେ ବରଗଡ଼ର ଆଶା କିରନ୍ ନିକଟସ୍ଥ ସୌରଭ ହାର୍ଡଓ୍ବାୟାରର ମାଲିକ ସୌରଭ ଅଗ୍ରୱାଲ, ଡୁଙ୍ଗୁରିପାଲିର ଲୋସେନେରୀ ଦିସରେ, ସେଲ୍ସ ମ୍ୟାନେଜର ନୟାଗଡ଼ ବିଦ୍ୟାଧରପୁରୁର ଜ୍ଞାନପ୍ରକାଶ ସାହୁ । ସୌରଭ ଥିଲେ ରଙ୍ଗ କମ୍ପାନୀର ବରଗଡ଼ର ଡ଼ିଲର୍ । ଭୁବନେଶ୍ୱରର ରେଜିତା ସେଠୀ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି l ତେବେ କେଉଁ କାରଣ ପାଇଁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରୁଛି ଟାଉନ ଥାନା ପୋଲିସ