୫ ବର୍ଷର ନାବାଳକକୁ ଗଳା କାଟି ହତ୍ୟା, ଅପହରଣ ପରେ ମାରିଦେଲେ!

NEWS7
news-7-sting-operation-sex-racket-in-hotel-room

ମୁନିଗୁଡ଼ା ୦୭।୦୩ : ୫ ବର୍ଷର ନାବାଳକକୁ ଗଳା କାଟି ହତ୍ୟା। ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ। ଧମକପୂର୍ଣ୍ଣ ମେସେଜ୍ ପରେ ପୁରୁଣା ଘର ପଛପଟୁ ବସ୍ତାରୁ ମିଳିଲା ମୃତଦେହ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ଷ୍ଟେସନ ସାହିରେ।

ହତ୍ୟାର ଶିକାର ହୋଇଥିବା ନାବାଳକ ଜଣକ ପୁରୁଷୋତ୍ତମ ଗନ୍ତାୟତଙ୍କ ବଡ଼ ପୁଅ ଋଷି ଗନ୍ତାୟତ। ଶୁକ୍ରବାର ସନ୍ଧ୍ୟାରେ ଋଷିର ମାମୁଁଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ମେସଜ ଆସିଥିଲା। ସେହି ମେସେଜରେ ନାବାଳକ ରୁଷିକୁ ସେମାନେ ଅପହରଣ କରିଥିବା ଉଲ୍ଲେଖ କରିବା ସହ ୩ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ସକାଳ ସୁଦ୍ଧା ୪ଲକ୍ଷ ଟଙ୍କା ନଦେଲେ ଋଷିକୁ ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏ ସଂକ୍ରାନ୍ତିରେ ପୋଲିସ କିମ୍ବା କୌଣସି ବାହାର ଲୋକକୁ ଜଣାଇଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଥିଲା। ଋଷିର ମାମୁଁକୁ ଏହି ମେସେଜ ଆସିବା ପରେ ଏ ସଂକ୍ରାନ୍ତରେ ଋଷିର ବାପାଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକ ଋଷି କୁ ବହୁ ଖୋଜାଖୋଜି କରିଥିଲେ। କିଛି ଘଣ୍ଟା ପରେ ନାବାଳକ ଋଷିର ମୃତଦେହ ଉଦ୍ଧାର ହୋଇଥିଲା। ତାଙ୍କ ପୁରୁଣା ଘର ପଛ ପଟେ ଋଷିର ମୃତଦେହ ପଡିଥିଲା। କେହି ତାଙ୍କୁ ଗଳା କାଟି ହତ୍ୟା କରିବା ପରେ ଏକ ଅଖା ବସ୍ତାରେ ପୁରାଇ ଫୋପାଡ଼ି ଦେଇଥିବା ଜଣାପଡିଛି। ଖବର ପାଇବା ପରେ ବିଷମ କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।