ମାଘରେ କଲବଲ କରୁଛି ବାଘୁଆ ଜାଡ଼, ଅସହ୍ୟ ଥଣ୍ଡାରେ ଥରୁଛି ସାରା ରାଜ୍ୟ

NEWS7
newly-married-women-comitted-suicide-by-allegedly-burning-herself

ଭୁବନେଶ୍ୱର ୦୮/୦୧: ସାରା ରାଜ୍ୟରେ ଅସମ୍ଭାଳ ଥଣ୍ଡା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ ଅନୁଭୂତ ହେଉଛି । ସକାଳୁ କୁହୁଡ଼ି ସାଙ୍ଗକୁ ଶୀତୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏପଟେ ରାଜଧାନୀରେ ବାଘୁଆ ଶୀତ । ସକାଳ ୫ଟା ୩୦ ମିନିଟ ସମୟରେ ୧୦ ଡିଗ୍ରୀକୁ ଖସି ଆସିଥିଲା ରାତିର ତାପମାତ୍ରା । ସନ୍ଧ୍ୟାପରେ ଥଣ୍ଡାରେ ଥରୁଥିଲା ଭୁବନେଶ୍ୱର ।

ଭୁବନେଶ୍ୱରରେ ଚଳିତ ବର୍ଷର ଏହା ରେକର୍ଡ ତାପମାତ୍ରା ।  ଜାନୁଆରି ୪ ତାରିଖରେ ୧.୬ ଡିଗ୍ରୀ, ଜାନୁଆରି ୫ ତାରିଖରେ ୧୮ ଡିଗ୍ରୀ, ୬ ତାରିଖରେ ୧୫.୪ ଡିଗ୍ରୀ, ୭ ତାରିଖରେ ୧୧.୪ ଡିଗ୍ରୀ ଓ ଆଜି ୧୦.୮ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ କଟକରେ ରାତିର ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ ହୋଇଛି ।   

ସେପଟେ ଅସମ୍ଭାଳ ଥଣ୍ଡାରେ ଥରୁଛି ସୁନ୍ଦରଗଡ଼ । କୋଇଡ଼ାରେ ଦ୍ୱିତୀୟ ଦିନ ମଧ୍ୟ ଭୀଷଣ ତୁଷାରପାତ ହୋଇଛି । କୋଇଡା ଖଣି ଅଞ୍ଚଳକୁ ଢାଙ୍କି ଦେଇଛି ଧଳା ଚାଦର । ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଂଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଗତକାଲି ଦେଖିବାକୁ ମିଳିଥିଲା । ଅନ୍ୟପଟେ ସାରା ରାଜ୍ୟରେ  ଏହା ପ୍ରଥମ ତୁଷାରପାତ ରହିଥିଲା  ।

ଆଜି ମଧ୍ୟ ପୂର୍ବ ରାତ୍ରି ଭଳି ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ସହ ଦ୍ୱିତୀୟ ଦିନରେ ମଧ୍ୟ ଭୀଷଣ ତୁଷାରପାତ ଜାରି ରହିଛି ଯାହା ଫଳରେ  କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ଦେଖିବାକୁ ମିଳିଛି । ଖୋଲା ପଡ଼ିଆ, ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।