ବିଧାୟକ ବାବୁ ସିଂଙ୍କ ପୁଣି ତାଗିଦ, ଏଥର ବି ଖଣ୍ଡଗିରିରେ ଅଶ୍ଲୀଳ ନୃତ୍ୟକୁ ମନା...

NEWS7
newly-married-bride-complaint-against-in-law-regarding-torture-in-umarkote

ଭୁବନେଶ୍ୱର ୧୧।୦୧ : ପୁଣି ଥରେ ବାବୁ ସିଂଙ୍କ ତାଗିଦ । ଖଣ୍ଡଗିରି ମେଳାର ଯାତ୍ରା ପେଣ୍ଡାଲ ଉପରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ ବୋଲି ଏକାମ୍ର ବିଧାୟକ ବାବୁ ସିଂ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଖଣ୍ଡଗିରି ମେଳା ଆମର ଅସ୍ମିତାର ବିଷୟ । ଭାବାବେଗ ସହିତ ଜଡ଼ିତ ରହିଛି । ଖଣ୍ଡଗିରି ମେଳା ଏକ ଆଧ୍ୟାତ୍ମିକ ମେଳା | ମୁନିଋଷି ମାନେ ଏଠାରେ ତପସ୍ୟା କରି ଆଧ୍ୟାତ୍ମିକତା ଲାଭ କରୁଥିଲେ | ଏହି କଥାକୁ ଆଧାର କରି ପ୍ରତିବର୍ଷ ମାଘ ସପ୍ତମୀ ଠାରୁ ମେଳା ହୋଇଥାଏ | ସମାଜକୁ ଆଗକୁ ନେବା ପାଇଁ ଏହି ମେଳା ବହୁତ ଆବଶ୍ୟକ । ଏହି ମେଳାକୁ ଅନେକ ସାଧୁ ସନ୍ଥ ଆସିଥାନ୍ତି । ତେଣୁ କୌଣସି ବି ପରିସ୍ଥିତିରେ ଖଣ୍ଡଗିରି ପେଣ୍ଡାଲରେ ଅଶ୍ଲୀଳ ନାଚକୁ ଅନୁମତି ଦିଆଯାଇପାରିବନି । ପୂର୍ବ ବର୍ଷ ଯେଉଁଭଳି ଭାବରେ ଖଣ୍ଡଗିରି ପେଣ୍ଡାଲରୁ ଅଶ୍ଲୀଳ ନୃତ୍ୟକୁ ବାରଣ କରାଯାଇଥିଲା । ଏଥର ବି ସେହିପରି ଭାବରେ କଟକଣା ଲଗାଯିବ । ଗତ ଥର ଆମେ ସମସ୍ତେ ଏହି ନୃତ୍ୟ ଠାରୁ ନିବୃତ୍ତ ରହିଥିଲୁ । ଏଥର ବି ରହିବୁ ବୋଲି ମୋର ବିଶ୍ୱାସ । ସମସ୍ତ ମଣ୍ଡପ ଓ ଯାତ୍ରା କମିଟି ସହିତ ଆଲୋଚନା କରିଛି । କୌଣସି ପ୍ରକାର ଅଶ୍ଲୀଳ ନୃତ୍ୟକୁ ଅନୁମତି ଦିଆଯିବନାହିଁ ବୋଲି ସେମାନେ ମଧ୍ୟ କହିଛନ୍ତି । ସମସ୍ତେ ଏହାକୁ ମାନିବ ଦରକାର । ଏହା ଆମ ଅସ୍ମିତାର ବିଷୟ ।