LIVE TV

ବିସିସିଆଇ ଚୟନକର୍ତ୍ତାଙ୍କୁ ଟାର୍ଗେଟ କଲେ ପୂର୍ବତନ କ୍ୟାପଟେନ୍, କହିଲେ ସିଷ୍ଟମ ବଦଳିବା ଜରୁରୀ

NEWS7
newly-bride-murdered-by-father-in-law-in-puri

ନୂଆଦିଲ୍ଲୀ ୧୫/୧୦: ଟିମ୍ ଇଣ୍ଡିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ କ୍ୟାପଟେନ୍ ଅଜିଙ୍କ୍ୟା ରାହାଣେ । ଭାରତୀୟ କ୍ରିକେଟ୍‌ରେ ସିଲେକ୍ସନ କମିଟି ଉପରେ ଯୁକ୍ତି ବାଢିଛନ୍ତି । ରାହାଣେ ବିଶ୍ୱାସ କରନ୍ତି ଯେ ଚୟନକର୍ତ୍ତାଙ୍କ ନିଯୁକ୍ତିରେ ମୌଳିକ ସଂସ୍କାର ଆବଶ୍ୟକ । ବିଶେଷକରି ଘରୋଇ ସ୍ତରରେ। ସେ କହିଛନ୍ତି ଯେ ଦଳ ଚୟନର ଦାୟିତ୍ୱ କେବଳ ସମ୍ପ୍ରତି ଅବସର ନେଇଥିବା ପ୍ରଥମ ଶ୍ରେଣୀ ଖେଳାଳିମାନଙ୍କୁ ଦିଆଯିବା ଉଚିତ ।

କାରଣ ସେମାନେ ଆଧୁନିକ କ୍ରିକେଟ୍‌ର ଚାହିଦା ଓ ଖେଳାଳିଙ୍କ ଦକ୍ଷତାକୁ ଭଲ ଭାବରେ ବୁଝନ୍ତି । ଉଲ୍ଲେଖଯୋଗ୍ୟ ଯେ ରାହାଣେ ଆନୁଷ୍ଠାନିକ ଭାବରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ନାହାଁନ୍ତି । କିନ୍ତୁ ସେ ଏହି ବର୍ଷ ଆରମ୍ଭରେ ମୁମ୍ବାଇ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ରାହାଣେଙ୍କ ଏହି ବିବୃତ୍ତି ଏହା ମଧ୍ୟ ସୂଚାଇ ଦିଏ ଯେ ବର୍ତ୍ତମାନର ଚୟନକର୍ତ୍ତାଙ୍କ ଭୟ ଯୋଗୁଁ ଅନେକ ଖେଳାଳି ମୁକ୍ତ ଭାବରେ ପ୍ରଦର୍ଶନ କରିପାରୁନାହାଁନ୍ତି ।

ତେଣୁ, ବ୍ୟବସ୍ଥାରେ ପରିବର୍ତ୍ତନ ଅତ୍ୟନ୍ତ ଆବଶ୍ୟକ । ରାହାଣେଙ୍କ ଏହି ବିବୃତ୍ତିକୁ ବିସିସିଆଇ ଚୟନକର୍ତ୍ତାଙ୍କ ଉପରେ ସିଧାସଳଖ ଆକ୍ରମଣ ବୋଲି ବିବେଚନା କରାଯାଉଛି । କାରଣ ରାହାଣେ ନିଜେ ବହୁତ ଦିନ ଧରି ଦଳରୁ ବାହାରେ ଅଛନ୍ତି। ତାଙ୍କ ପୂର୍ବତନ ସାଥୀ ଚେତେଶ୍ୱର ପୂଜାରାଙ୍କ ସହ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଆଲୋଚନା ସମୟରେ ରାହାଣେ କହିଛନ୍ତି ।

ଖେଳାଳିମାନେ ଚୟନକର୍ତ୍ତାଙ୍କୁ ଭୟ କରିବା ଉଚିତ୍ ନୁହେଁ। ମୁଁ ବିଶେଷ କରି ଘରୋଇ କ୍ରିକେଟ ଚୟନକର୍ତ୍ତାଙ୍କ ବିଷୟରେ କଥା ହେବାକୁ ଚାହୁଁଛି। ଆମ ପାଖରେ ଏପରି ଚୟନକର୍ତ୍ତା ରହିବା ଉଚିତ ଯେଉଁମାନେ ସମ୍ପ୍ରତି ଶୀର୍ଷସ୍ତରୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ଯେଉଁମାନେ ପାଞ୍ଚ-ଛଅ ବର୍ଷ, ସାତ-ଆଠ ବର୍ଷ ପୂର୍ବରୁ ଅବସର ନେଇସାରିଛନ୍ତି।"