ଭାରତ ଏବଂ କାନାଡା ମଧ୍ୟରେ ଐତିହାସିକ ୟୁରାନିୟମ ଚୁକ୍ତି ସ୍ୱାକ୍ଷରିତ;  ୨୦୩୦ ସୁଦ୍ଧା ବାର୍ଷିକ ୫୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ 

NEWS7
new-positive-case-detected-in-capital-hospital

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ସୋମବାର (ମାର୍ଚ୍ଚ ୨, ୨୦୦୬)  ୟୁରାନିୟମ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଯୋଗାଣ ଉପରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।  ଶୀଘ୍ର ଏକ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇ ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ କାନାଡା ପ୍ରତିପକ୍ଷ ମାର୍କ କାର୍ନି ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାର୍ଷିକ ବାଣିଜ୍ୟକୁ ୫୦ ବିଲିୟନ ଡଲାରକୁ ବଢ଼ାଇବା ସହିତ ସମ୍ପର୍କକୁ ସୁଦୃଢ଼ ​​କରିବା ପାଇଁ ଏକ ନୂତନ ଢାଞ୍ଚାକୁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି ।

ଦୁଇ ନେତାଙ୍କ ମଧ୍ୟରେ  ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, କ୍ଷୁଦ୍ର  ଏବଂ ମଡ୍ୟୁଲାର୍ ପରମାଣୁ ରିଆକ୍ଟର (SMR), ଶିକ୍ଷା ଏବଂ ନବୀକରଣ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ମଧ୍ୟ ଆଲୋଚନା ହୋଇଛି। ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଏବଂ କାନାଡା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବେ 'ନୂତନ ଶକ୍ତି, ପାରଷ୍ପରିକ ବିଶ୍ୱାସ ଏବଂ ସକାରାତ୍ମକତା'ରେ ପରିପୂର୍ଣ୍ଣ। କାନାଡା ୨.୬ ବିଲିୟନ ଡଲାରର ୟୁରାନିୟମ ଯୋଗାଣ ଚୁକ୍ତିନାମା ଅଧୀନରେ ଭାରତର ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରକୁ ସମର୍ଥନ କରିବ। ମୋଦୀ କହିଛନ୍ତି, ‘ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରକୁ ଦୀର୍ଘକାଳୀନ ୟୁରାନିୟମ ଯୋଗାଣ ଉପରେ ଏକ ଐତିହାସିକ ଚୁକ୍ତି ହୋଇଛି। ଆମେ ଛୋଟ ମଡ୍ୟୁଲାର ଏବଂ ଉନ୍ନତ ରିଆକ୍ଟର ଉପରେ ମଧ୍ୟ ଏକାଠି କାମ କରିବୁ।’

ମୋଦୀ କହିଛନ୍ତି, ‘ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ଆମ ପାଇଁ ଗମ୍ଭୀର ଚିନ୍ତାର ବିଷୟ। ଭାରତ ସମସ୍ତ ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତିକୁ ସମର୍ଥନ କରେ ଏବଂ ଏହି ଅଞ୍ଚଳରେ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ।’ ତାଙ୍କ ପ୍ରେସ୍ ବିବୃତ୍ତିରେ ମୋଦୀ କହିଛନ୍ତି ଯେ, ୨୦୩୦ ସୁଦ୍ଧା ଭାରତ ଏବଂ କାନାଡା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦ ବିଲିୟନ ଡଲାରକୁ ବୃଦ୍ଧି କରିବା ଲକ୍ଷ୍ୟ। ବର୍ତ୍ତମାନ ଏହା ପ୍ରାୟ ୧୩ ବିଲିୟନ ଡଲାରରେ ପହଞ୍ଚିଛି ।

ସେପଟେ ପିଏମ କାର୍ନି କହିଛନ୍ତି ଯେ, ‘ଆତଙ୍କାବାଦ, ଉଗ୍ରବାଦ ଏବଂ କଟ୍ଟରପନ୍ଥୀ, କେବେଳ ଭାରତ କିମ୍ବା କାନାଡା ନୁହେଁ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ । ସମଗ୍ର ମାନବ ସମାଜ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ । ବିଶ୍ବରେ ଶାନ୍ତି ଏବଂ ସ୍ଥିରତା ଲାଗି ଆମର  (ଭାରତ ଏବଂ କାନାଡା) ସହଭାଗୀତା ଜରୁରୀ ।’ ତେବେ ମୋଦୀ ଏବଂ କାର୍ନିଙ୍କ ମଧ୍ୟରେ ଏହି ଆଲୋଚନା ଦୁଇ ଦେଶ ମଧ୍ୟ ବାଣିଜ୍ୟ ବୃଦ୍ଧି ଦିଗରେ ବେଶ ଗୁରୁତ୍ବପୂର୍ଣ୍ଣ । ଏହି ଚୁକ୍ତି ଉଭୟ ଭାରତ ଏବଂ କାନାଡାରେ ନିବେଶ ଓ ରୋଜଗାର ବୃଦ୍ଧି କରିବ ବୋଲି ପିଏମ ମୋଦୀ କହିଛନ୍ତି ।