ଗୋବର କାଠର ବହୁଳ ବ୍ୟବହାର ପାଇଁ ସରକାରଙ୍କ ଯୋଜନା, ରୋକାଯାଇ ପାରିବ ପ୍ରଦୂଷଣ

NEWS7
new-honda-bike-hness-cb-350-launched

ଭୁବନେଶ୍ବର ୪।୧: ପ୍ରଦୂଷଣ ରୋକିବ ଗାଈ ଗୋବର ! ଗୋବର କାଠକୁ ବହୁଳ ଭାବେ ବ୍ୟବହାର କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଶବଦାହ ପାଇଁ ଗୋବର ବ୍ୟବହାର କରାଯାଉଛି । ନୂଆପଡ଼ା, ଚୌଦ୍ୱାର, ଅନୁଗୁଳ ଓ ସତୀଚଉରା ଶ୍ନଶାନରେ ଗୋବରରେ ଶବଦାହ କରାଯାଉଛି ।

ପୁରୀ ସ୍ୱର୍ଗଦ୍ୱାରରେ ଗୋବର କାଠ ବ୍ୟବହାର ନେଇ ଆଲୋଚନା ହୋଇଛି । ଏହାଦ୍ୱାରା ପ୍ରଦୂଷଣ ରୋକାଯାଇ ପାରିବ । ସେପଟେ ବୃକ୍ଷ ବି କାଟିବା ଦରବାର ପଡିବ ନାହିଁ । ଜଙ୍ଗଲ ସଂରକ୍ଷଣ ହେଉଛି । ଏହା ଧାର୍ମିକ ଭାବନା ସହ ଜଡିତ । କମ୍ ବ୍ୟୟରେ ହେବ । ଆଗକୁ ଏହାର ଆହୁରି ପ୍ରଚାର ପ୍ରସାର ହେବ । MSMEରେ ଦୁଇ ଜଣ ଉଦ୍ୟୋଗୀ ଗୋବରରୁ ରଙ୍ଗ ତିଆରି କରୁଛନ୍ତି ବୋଲି ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।