LIVE TV

ଘାସିରାମ ମାଝିଙ୍କ ନାଁରେ ଅଭିଯୋଗ ଆଣିଲା ବିଜେପି, ୧୯ କେସ୍ ଥିବାବେଳେ ଦର୍ଶାଇଛନ୍ତି ୧୨ କେସ୍

NEWS7
new-guideline-for-lockdown-2-wine-and-spiting-banned

ନୂଆପଡା ୨୧୧୦: କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲା ବିଜେପି । ମିଥ୍ୟା ସତ୍ୟପାଠ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦେଲେ ସୂଚନା । ଘାସିରାମଙ୍କ ନାମରେ ୧୯ଟି କେସ୍ ଥିବାବେଳେ ୧୨ କ୍ରିମିନାଲ କେସ୍ ଦର୍ଶାଇଥିବା ସୂଚନା । ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ରହିଥିବା ବେଳେ ଘାସିରାମଙ୍କ ପ୍ରାର୍ଥୀପତ୍ର ନାକଚ କରିବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ଆବେଦନ କରିବେ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ

ସେପଟେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପିକଂଗ୍ରେସ ନୂଆପଡା ଉପନିର୍ବାଚନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ବିଜେପିର ଦାବି ।

ଘାସିରାମ ମାଝି ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ କରିଛି ବିଜେପି । ତାଙ୍କ ବିରୁଦ୍ଧରେ ନୂଆପଡ଼ା ପିଏସ୍ କେସ୍ ନମ୍ବର ୧୦/୨୦୧୮ ଏବଂ ନୂଆପଡ଼ା ପିଏସ୍ କେସ୍ ନମ୍ବର ୧୪୬/୨୦୨୨ ସମ୍ବଳିତ ଦୁଇଟି ସକ୍ରିୟ ଅପରାଧିକ ମାମଲା ବର୍ତ୍ତମାନ ନୂଆପଡ଼ାର ସବ-ଡିଭିଜନାଲ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ (SDJM)ଙ୍କ ନିକଟରେ ବିଚାର ପାଇଁ ବିଚାରାଧୀନ ଅଛି। ଘାସିରାମ ମାଝି ୨୦୨୪ ମସିହା ନିର୍ବାଚନ ଦେଇଥିବା ସତ୍ୟପାଠ ଏବଂ ୨୦୨୫ରେ ଦେଇଥିବା ସତ୍ୟପାଠରେ ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ବିଷୟରେ ସେ କିଛି ସୂଚନା ଦେଇନାହାନ୍ତି । ଜାଣିଶୁଣି ଉଭୟ କେସ୍‌ରୁ ନିଜକୁ ଦୂରେଇ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।  ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୧୨୫A ଅନୁଯାୟୀ ସେ ଆଇନ ଉଲ୍ଲଂଘନ କରିଛନ୍ତି । ଆଇନ ଅନୁସାରେ ଏହା ଏକ ଦଣ୍ଡନୀୟ ଅପରାଧ । ଏହି ଅପରାଧରେ ସେ ଦୋଷୀ । ତାଙ୍କ ବିରୁଦ୍ଧରେ କେସ୍ କରାଯିବା ସହ ଦଣ୍ଡ ବିଧାନ କରାଯାଉ ବୋଲି ବିଜେପି ଦାବି କରିଛି ।