ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୨ ଯୁବକଙ୍କ ଜୀବନ

NEWS7
new-epf-rule-how-your-ctc-and-in-hand-salary-will-change-from-this-month

କଳାହାଣ୍ଡି ୨୪।୦୧ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ। ଯାହାଫଳରେ ବାଇକରୁ ପଡି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦୁ ଡୋଙ୍ଗରି ଗାଁର ବବଲୁ ନାଏକ ଓ ଅମରେନ୍ଦ୍ର ମାଝୀ ବୋଲି ଜଣାପଡିଛି।

ଖବର ଅନୁଯାୟୀ, ଦୁଇ ଜଣ ଯୁବକ ବାଇକରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲେ । କୋକସରା ଥାନା ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।