ଋଣ ନେବାକୁ ୱାର୍ଲଡ ବ୍ୟାଙ୍କ ସଭାପତିଙ୍କୁ ଭେଟିଛନ୍ତି ବୋଲି ମାନନ୍ତୁ ସରକାର

NEWS7
new-delhi-city-ncr-supreme-court-refuses-to-hear-plea-of-daati-maharaj-against-cbi-investigation

ଭୁବନେଶ୍ବର ୩୧।୧: ୱାର୍ଲଡ ବ୍ୟାଙ୍କ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି, ୱାର୍ଲଡ ବ୍ୟାଙ୍କ ଉପରେ ଯେଉଁ ପ୍ରଶ୍ନ କରାଯାଇଥିଲା, ତାହା ସରକାର ଦେଲେନି । ଦୁଇ ଦିନ ତଳେ ୱାର୍ଲଡ ବ୍ୟାଙ୍କ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ପ୍ରଥମ ପ୍ରଶ୍ନ ହେଲା ମୁଖ୍ୟମନ୍ତ୍ରୀଙ୍କୁ, ସେ ନିଜେ ଅର୍ଥ ମନ୍ତ୍ରୀ । କ’ଣ ୱାର୍ଲଡ ବ୍ୟାଙ୍କକୁ ଋଣ ନେବା ଆଶାରେ ଡକାଯାଇଥିଲା । ଦ୍ଵିତୀୟ ପ୍ରଶ୍ନ ହେଲା, ଆଜି ଦିନରେ ୩୮% ଋଣ ଖୋଲା ବଜାରରୁ ଋଣ ନିଆଯାଉଛି । ଏହି ପଦ୍ଧତିରେ ୱାର୍ଲଡ ବ୍ୟାଙ୍କ ଖୁସି ତ ? କାରଣ FRBM ଲିମିଟ୍ରୁ ଅଧିକ ହେଲାଣି । ୧୮ ମାସରେ ୯୧୦୦୦ କୋଟି ଋଣ କଲେଣି ବିଜେପି ସରକାର । ଋଣ ନେବାକୁ ସରକାର ଉଦ୍ୟମ କରୁଛନ୍ତି କାରଣ ଆର୍ଥିକ ପରିଚାଳନା ବିଫଳତା ହୋଇଛି । ବଜେଟ୍ ଖର୍ଚ୍ଚ ନ କରି ଋଣ ନେଉଛନ୍ତି ସରକାର । ତେଣୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ । ନ ହେଲେ ୧୯୯୯ ସମୟର ଦେବାଳିଆ ପରିସ୍ଥିତି ଆଡ଼କୁ ଓଡ଼ିଶା ଯାଉଛି । ଏମିତି କିଛି ଉଦ୍ୟମ ହେଉଛି କି ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ମିଛ ଚିତ୍ରଣ ଦେବାକୁ ବାଧ୍ୟ କରାଯାଉଛି କି ? ଯେଉଁଥି ପାଇଁ ଋଣ ମିଳିବ । ଓଡ଼ିଶାର ବାସ୍ତବ ସ୍ଥିତି ୱାର୍ଲଡ ବ୍ୟାଙ୍କ ଆଗରେ ରଖିଛନ୍ତି କି ସରକା ? ଆର୍ଥିକ ନିବେଶ ରାଜ୍ୟରେ ପ୍ରତିକୂଳ ଅବସ୍ଥାରେ ଅଛି । ମୁଖ୍ୟମନ୍ତ୍ରୀ କି ସିଏମ୍ଓ ନୈତିକ ଦାୟିତ୍ୱ ଯଦି ଅଛି, ମାନନ୍ତୁ ଯେ ଋଣ ନେବାକୁ ୱାର୍ଲଡ ବ୍ୟାଙ୍କ ସଭାପତିଙ୍କୁ ଭେଟିଛନ୍ତି ।