ବେଧଡ଼କ ଚାଲିଥିଲା ଜୁଆ ଆଡ୍ଡା, ପୋଲିସ ଚଢାଉରେ ୧୬ ଜୁଆଡି ଗିରଫ

NEWS7
never-mix-these-things-with-milk

ପୁରୀ ୧୯।୦୧: ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ।୧୬ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ସଦର ଥାନା ପୋଲିସ । ଏହାସହ ଘଟଣାସ୍ଥଳରୁ ୨୩ ହଜାର ୮ ଶହ ଟଙ୍କା, ୧୫ଟି ମୋବାଇଲ ଫୋନ୍, ୮ ଟି ବାଇକ୍ ଜବତ କରିଛି ପୋଲିସ ।

ଖବର ଅନୁଯାୟୀ, ପୁରୀର ଶ୍ରୀସେତୁ ନିକଟରେ ଥିବା ଜଳଭଣ୍ଡାର ଠାରେ ଚାଲିଥିଲା ଜୁଆଖେଳ । କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ପୁରୀ ପୋଲିସ । ଏହି ଚଢାଉରେ ପୋଲିସ ୧୬ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହ ଘଟଣାସ୍ଥଳରୁ ୨୩ ହଜାର ୮ ଶହ ଟଙ୍କା, ୧୫ଟି ମୋବାଇଲ ଫୋନ୍, ୮ଟି ବାଇକ୍ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ସଦର ଏସଡିପିଓ ରବିନାରାୟଣ ଭଞ୍ଜ ପ୍ରେସମିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି ।