ଗୁଗଲର ବଡ ଉପହାର, ଏବେ ଅନ୍ୟ AI ଟୁଲ୍‌ରୁ କରିହେବ ଚାଟ୍-ହିଷ୍ଟ୍ରି ଟ୍ରାନ୍ସଫର୍

NEWS7
netflix-launches-free-auto-upgrade-scheme-for-basic-standard-membership-plans-for-new-users

ନୂଆଦିଲ୍ଲୀ,୪|୦୨ : AI ୟୁଜରଙ୍କ ପାଇଁ ଖୁସି ଖବର । ଏବେ ଟ୍ରାନ୍ସଫର୍ ହୋଇପାରିବ ଚାଟ୍ ହିଷ୍ଟ୍ରି । ଗୋଟିଏ ଏଆଇ ଟୁଲରୁ ଅନ୍ୟ ଏଆଇ ଟୁଲକୁ ଏହା ପଠାଯାଇ ପାରିବ । କିଛି ଏମିତି ଫିଚର୍ସ ଆଣିବାକୁ ଯାଉଛି Google Gemini । ଚାଟ୍ ଜିପିଟିରୁ କିପରି ଜେମିନିକୁ ଚାଟ୍ ଟ୍ରାନ୍ସଫର୍ କରିହେବ ସେନେଇ ପ୍ରୟାସ ଆରମ୍ଭ ହୋଇଛି ।

ଫାଇଦା ଦେବ ଏହି ଫିଚର୍ସ

ଏହି ଫିଚର୍ସକୁ ଏବେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଛି । ଏହାକୁ ତୂଡାନ୍ତ ରୂପ ଦିଆଯାଇ ନାହିଁ । ଏହାଦ୍ୱାରା ୟୁଜରଙ୍କୁ ବହୁତ ଫାଇଦା ହେବ । ସେମାନେ ନିଜ ପୁରୁଣା ପ୍ରୋଜେକ୍ଟ, ଚାଟ୍ କୁ ଗୋଟିଏ ଟୁଲ୍ ରୁ ଅନ୍ୟ ଟୁଲ୍ କୁ ନେଇପାରିବେ । ଜେମିନି ୟୁଜରମାନେ ଚାଟ୍ ଜିପିଟି, କ୍ରାଇଡ୍, ଗ୍ରୋକ୍, ମାଇକ୍ରୋସଫ୍ଟ କାପିଲଟରୁ ସେମାନଙ୍କ ତଥ୍ୟକୁ ଗୁଗଲକୁ ଆଣିପାରିବେ ।

ଅନ୍ୟ ଦିଗରେ ଗୁଗଲ ଆହୁରି ଅଧିକ ଫିଚର୍ସ ନିଜ ଏଆଇ ଟୁଲ୍ ରେ ସାମିଲ କରିବାକୁ ଯାଉଛି । ତିନୋଟି ନୂଆ ଫିଚର୍ସ ଉପରେ କାମ ଚାଲିଛି । ଏହା ମଧ୍ୟରୁ ଚାଟ୍ ଟ୍ରାନ୍ସଫର୍ ଅନ୍ୟତମ ।

ବାଧା ହେବନି ଗୁଗଲ

ଏବେ କୌଣସି ପୁରୁଣା ପ୍ରକଳ୍ପକୁ ନୂଆ ଟୁଲ୍ ରେ କରିବା ପାଇଁ ଗୁଗଲ ଆଉ ବାଧା ଦେବ ନାହିଁ । ରିପୋର୍ଟ ଅନୁସାରେ, ଜେମିନିର ସେଟିଂରେ ‘ଲାଇକ୍ ନେସ୍’ ନାଁରେ ଗୋଟିଏ ଅପସନ୍ ରହିବ । ଏହାପରେ ୟୁଜର ଭିଡିଓ ଭେରିଫିକେସନ୍ କରିପାରିବେ । ଅଥେଣ୍ଟିକେସନ୍ ମିଳିବା ପରେ ହିଷ୍ଟ୍ରି ଟ୍ରାନ୍ସଫର୍ ହେବ । ଏବେ ଏହି ଫିଚର୍ସ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଏହା ଲଞ୍ଚ୍ ହେଲା ପରେ ଏଥିରେ କିଛି ବଦଳି କରାଯାଇପାରେ ।

ଏବେ କମ୍ପାନୀ ନିଜର ଇମେଜ୍ ଜେନେରେସନରେ ନୂଆ ଡେଭେଲପମେଣ୍ଟ୍ କରିଛି । ଏହାଦ୍ୱାରା 2k କିମ୍ବା 4k ରିଜୋଲେସନର ଫଟୋ ଡାଉନଲୋଡ୍ କରିହେବ । ଯାହା ପ୍ରିଣ୍ଟିଂ ସମୟରେ ଉନ୍ନତ ଫଟୋ ପ୍ରଦାନ କରିପାରିବ ।