SI ପରୀକ୍ଷା ଦୁର୍ନୀତି ମାମଲା, ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ

NEWS7
nephew-arrested-for-killed-uncle-in-udala-of-mayurbhanj

ଭୁବନେଶ୍ୱର ୨୯।୧୨ : SI ପରୀକ୍ଷା ଦୁର୍ନୀତି ମାମଲା । ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) । ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ତଦନ୍ତ ଚାଲିଛି। ଆଗରୁ ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛି CBI।

ଖବର ଅନୁଯାୟୀ, ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା । ଘଟଣାରେ ପ୍ରଥମେ ପୋଲିସ ତଦନ୍ତ କରି ୧୧୭ ଜଣଙ୍କୁ ଗିରଫ କରିଥିଲା । ହେଲେ ମାମଲା ଅତି ସଙ୍ଗୀନ ଥିବାରୁ ଏହାକୁ ସିବିଆଇ ତଦନ୍ତ କରିବାକୁ ସୁପାରିଶ କରିଥିଲେ ରାଜ୍ୟ ସରକାର । ତେବେ ସିବିଆଇ ଘଟଣାର ତଦନ୍ତ କରି ଆଉ କିଛି ଅଭିଯୁକ୍ତଙ୍କୁ ବାନ୍ଧିଥିଲା । ତେବେ ଦୀର୍ଘ ଦିନର ତଦନ୍ତ ପରେ ସିବିଆଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ଥିବା ଦର୍ଶାଇଛି ସିବିଆଇ । ଏହି ଚାର୍ଜସିଟ୍ରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ, ରିଙ୍କୁ ମହାରଣା, ବିରଞ୍ଚି ନାୟକ, ନୀତିଶ କୁମାର ସମେତ ଅନେକ ରହିଛନ୍ତି । ତେବେ ଚାର୍ଜସିଟ୍ ଦାଖଲ ହୋଇଥିବା ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ବାକି ୭ ଅଭିଯୁକ୍ତଙ୍କୁ CBI ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଗକୁ ତଦନ୍ତ ଚାଲିଛି । ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛି CBI ।

ସେହିପରି ଏହି ମାମଲା ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟିର ବହୁ ବରିଷ୍ଠ ଅଧିକାରୀ, ନେତା, ମନ୍ତ୍ରୀ ଓ ପୋଲିସ ଅଧିକାରୀଙ୍କ ସହ ସଂପର୍କ ରହିଛି। ଶଙ୍କରର ଦୁଇଟି କମ୍ପାନି ଥିଲା । ଗୋଟିଏ ପାନ୍ସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ ଓ ଅନ୍ୟଟି କେଦାରନାଥ ଟେକ୍ନୋଲୋଜିସ୍ । ଏସ୍ଆଇ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିଲା ପାନ୍‌ସଫ୍ଟ । ଶଙ୍କରର ଅତି ଖାସ୍ ଥିଲା ମୁନା ମହାନ୍ତି । ବିଭିନ୍ନ ପର୍ଯ୍ୟାୟରେ ୩ ଶହରୁ ଅଧିକ ପରୀକ୍ଷାର୍ଥୀଙ୍କୁ ନେଇ ଆନ୍ଧ୍ରପ୍ରଦେଶରେ ଲିଖିତ ପରୀକ୍ଷା ପାଇଁ ତାଲିମ୍ ପାଇଁ ଯୋଜନା ହୋଇଥିଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏମାନେ ସଫଳ ହୋଇଥିଲେ। ତୃତୀୟ ପର୍ଯ୍ୟାୟରେ ୧୧୪ ପରୀକ୍ଷାର୍ଥୀ ଆନ୍ଧ୍ରପ୍ରଦେଶ ଯାଉଥିଲା ବେଳେ ବ୍ରହ୍ମପୁର ପୋଲିସ୍ ଗିରଫ କରିଥିଲା। ପ୍ରତି ପରୀକ୍ଷାର୍ଥୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ନେବାକୁ ଡିଲ୍ ହୋଇଥିଲା । ଅଗ୍ରୀମ ଆକାରରେ ୫ରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମୁନା ଆଦାୟ କରିଥିଲା । ​​​​​​​