ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଅଧାରାସ୍ତାରେ ମାଡ଼ିବସିଲା ପୋଲିସ

NEWS7
nearly-4000-dogs-cats-rabbits-and-other-pets-found-dead-in-boxes-at-logistics-depot-in-china

ବ୍ରହ୍ମପୁର ୧୨।୦୩ : ରାଜ୍ୟ ବାହାରକୁ ବେଧଡ଼କ ଚାଲିଛି ଗଞ୍ଜେଇ ଚାଲାଣ । ସମୟ ଗଡ଼ିବା ସହ ଦିନକୁ ଦିନ ନୂଆ ଫନ୍ଦିରେ ଗଞ୍ଜେଇ ଚୋରାଚାଲାଣ କରୁଛନ୍ତି ମାଫିଆ । ହେଲେ ସବୁ ବେଳେ ଯେମିତି ଚୋରର ଘର ଅନ୍ଧାର ନଥାଏ । ସେହିପରି ଗୁରୁବାର ବ୍ରହ୍ମପୁର ପୋଲିସକୁ ମିଳିଛି ସଫଳତା । ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଛି ଅବକାରୀ ବିଭାଗ ।

ଖବର ଅନୁଯାୟୀ, ଗୁଇନ୍ଦା ସୁତ୍ରରୁ ଅବକାରୀ ବିଭାଗକୁ ଗଞ୍ଜେଇ ଚୋରାଚାଲାଣ ନେଇ ସୂଚନା ମିଳିଥିଲା । ଏହାପରେ ଛପି ରହିଥିଲା ଅବକାରୀ ବିଭାଗ । ଓଡ଼ିଶାରୁ ତାମିଲନାଡୁକୁ ବେଆଇନ୍ ଭାବେ ଗଞ୍ଜେଇ ଚାଲାଣ ବେଳେ ଜାତୀୟ ରାଜପଥରେ ମାଡ଼ିବସିଲା ଅବକାରୀ ବିଭାଗ । ଏହି ଚଢାଉରେ ୧୧୧ କେଜିର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏହାସହ ଦୁଇଟି କାର୍, ଗୋଟି ମୋଟର ସାଇକେଲ, କଣ୍ଟେନର ମଧ୍ୟ ଜବତ କରିଛି ଅବକାରୀ ଟିମ୍ । ଏହି ଘଟଣାରେ ୪ଟି ମୋବାଇଲ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଅନ୍ୟ ଏକ ଟିମ୍ ପାଖାପାଖି ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଧରି ଛୁ ମାରିଛନ୍ତି ମାଫିଆ ।