ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଫେରାର, ପ୍ରେମିକଙ୍କୁ ପଥରରେ ଛେଚି ପ୍ରେମିକାକୁ ଟେକିନେଇଥିଲେ

NEWS7
ncrb-report-claims-uttarakhand-safest-for-senior-citizens

ଭୁବନେଶ୍ବର ୧୬।୧୨: ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସହ ଏବେବି ୩ ଅଭିଯୁକ୍ତ ଫେରାର ଅଛନ୍ତି । ଘଟଣାସ୍ଥଳରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି ସାଇଣ୍ଟିଫିକ୍ ଟିମ୍ । ଅନ୍ୟପଟେ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଗତ ୧୦ ତାରିଖରେ ବାଙ୍କୁଆଳ ନଈପଠାରେ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଏପରିକି ପୀଡ଼ିତାଙ୍କ ଦୁଷ୍କର୍ମ ସମୟର ଫଟୋ ଭିଡ଼ିଓ କରିଥିଲେ ଅଭିଯୁକ୍ତ ।

ସୂଚନାଯୋଗ୍ୟ ଯେ,ଧଉଳି ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାରହୋଇଛନ୍ତିନାବାଳିକାଗତ ୧୦ ତାରିଖରେ ଧଉଳିରୁ ଫେରୁଥିବା ବେଳେ,ତାଙ୍କ ପୁରୁଷ ବନ୍ଧୁଙ୍କୁ ୨ ଜଣ ଅଟକାଇ ଟଙ୍କା ମାଗିଥିଲେଟଙ୍କା ନଦେବାରୁ ଅନ୍ଧାରିଆ ନଈ ପଠାକୁ ଭିଡ଼ି ନେଇ ପଥରରେ ଛେଚିବା ସହମାରଣାସ୍ତ୍ରରେ ଆକ୍ରମଣ ଏବଂ ମାଡ଼ ମାରିଥିଲେନାବାଳିକାଜଣଙ୍କ ସେମାନଙ୍କୁଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କ ସହ ଦୁଷ୍କର୍ମ କରିଥିଲେଅଭିଯୁକ୍ତ I ଏମିତି କିନୃଶଂସ ମାନେ ଦୁଷ୍କର୍ମ ବେଳର ଭିଡ଼ିଓ ଓ ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେIଏକଥା ବାହାରେ ପ୍ରଘଟ କଲେ,ଜୀବନରୁ ମାରିଦେବାକୁମଧ୍ୟ ଅଭିଯୁକ୍ତ ମାନେଧମକ ଦେଇଥିଲେ

ତେବେଉକ୍ତ ସ୍ଥାନରେ ଅଭିଯୁକ୍ତଙ୍କୁ ମିଶାଇ ମୋଟ୍୫ ଜଣ ଘଟଣାସ୍ଥଳରେଉପସ୍ଥିତଥିଲେଏନେଇ ପୁରୁଷ ବନ୍ଧୁ ଜଣଙ୍କଥାନାର ଦ୍ୱାରସ୍ଥ ହେବା ପରେ, ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲାଏହିଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲାପୋଲିସl ମୁଖ୍ୟଅଭିଯୁକ୍ତସମେତ ୩ ଅଭିଯୁକ୍ତଙ୍କୁଧରିବା ପାଇଁବିଭିନ୍ନ ସ୍ଥାନରେଚଢ଼ାଉ ଜାରି ରଖିଛି ପୋଲିସ I ବିଏନଏସଧାରl ୧୮୩୧୮୦ରେJMFCକୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛିl