LIVE TV

ବରଗଡ଼ ଧନୁଯାତ୍ରା : ସୁଶୀଲ ମେହେର ହେଲେ କଂସ, ୩୬ କଳାକାରଙ୍କୁ ପକାଇଲେ ପଛରେ

NEWS7
ncp-chief-sarad-power-meet-prime-minister-modi-in-delhi

ବରଗଡ଼ ୧୮।୧୧ : କଳ୍ପନା ଜଳ୍ପନାର ହେଲା ଅନ୍ତ । ଶେଷରେ ବରଗଡ଼ ଧନୁଯାତ୍ରା ପାଇଁ ହୋଇଛି କଂସର ଚୟନ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପ୍ରଥମ ଥର ପାଇଁ କଂସ ହେବାକୁ ଯାଉଛନ୍ତି ସୁଶୀଲ ମେହେର । ୩୬ ଜଣ କଳାକାରଙ୍କୁ ପଛରେ ପକାଇ କଂସ ଚରିତ୍ର ପାଇଁ ଚୟନ ହୋଇଛନ୍ତି ସୁଶୀଲ।

ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ୧୧ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଧନୁଯାତ୍ରା ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖରେ ଶେଷ ହେବ। ଏହାପୂର୍ବରୁ କଳାକାର ଚୟନ ହୋଇଛି। ୧୫ ତାରିଖ ଦେବକୀ, ନାରଦ, ଚାଣୁର , ମୁଷ୍ଟିକ, ସାର୍ତ୍ତକି, ବସୁଦେବ , ଅକ୍ରୁର ଏବଂ ଉଗ୍ରସେନ, ୧୬ ତାରିଖ ମହାମନ୍ତ୍ରୀ ଓ ସେନାପତି ଏବଂ ୧୭ ତାରିଖ ଦିନ ମହାରାଜ କଂସ ଅଭିନୟ ପାଇଁ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ମହାରାଜ କଂସଙ୍କ ଚରିତ୍ର ପାଇଁ ୩୬ କଳାକାରଙ୍କ ନାଁ ସାମ୍ନାକୁ ଆସିଥିଲା । ହେଲେ ସେଥିରୁ ସୁଶୀଲ ମେହେରଙ୍କୁ ବାଛିଛନ୍ତି ବିଚାରକ ମଣ୍ଡଳୀ । ହୃଷୀକେଶ ଭୋଇ ଓ ଆର୍ତ୍ତତ୍ରାଣ ସୁନାନି କଂସ ଚରିତ୍ର ପାଇଁ ଆବେଦନ କରିଥିଲେ । ହେଲେ କାଗଜପତ୍ର ଯାଞ୍ଚ ସମୟରେ ହୃଷୀକେଶ ଭୋଇଙ୍କ ନାଁରେ କେସ୍ ଚାଲୁଥିବାରୁ ଓ ଆର୍ତ୍ତତ୍ରାଣ ସୁନାନିଙ୍କ ବୟସ ପରିସୀମାରୁ ଅଧିକ ହୋଇଯାଇଛି । ସେଥିପାଇଁ ଉଭୟଙ୍କ ନାଁ କଂସ ଚରିତ୍ରରୁ ବାଦ୍‌ ପଡିଥିଲା ।