ଫୁଲ୍‌ ଫିଟନେସ୍, ଚମତ୍କାର ପେସ୍, କ୍ଲାସିକ୍ ଫିନିସ୍....ଟିମ୍ ଇଣ୍ଡିଆର 'ରକ୍‌-ସଲିଡ୍' ଚଟାଣ ଏବେ ପାଣ୍ଡ୍ୟା !

NEWS7
navjot-singh-sidhu-daughter-rabia-latest-instagram-pics-will-amaze-you

ନୂଆଦିଲ୍ଲୀ ୧୦/୧୨: ପାଖେଇ ଆସୁଛି ଟି-୨୦ ବିଶ୍ୱକପ୍ । ଭାରତ ବର୍ତ୍ତମାନ ସିଂହାସନରେ ବସିଛି । କିନ୍ତୁ ସେହି ରଜା ହୋଇ ରହିବା ପାଇଁ ଦରକାର ଅନେକ ସାଧନ । ସଠିକ୍ ସନ୍ତୁଳନ, ଭାବିଚିନ୍ତି ଚୟନ କରିବା ଓ ପରୀକ୍ଷଣକୁ ସୀମିତ କରିବା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏବେ କାଣ୍ଟ ଛାଣ୍ଟର ସମୟ ଗଲାଣି । ଟିମ୍ ଇଣ୍ଡିଆ ପାଖରେ ଆଉ ଅଧିକ ମ୍ୟାଚ୍ ବାକି ନାହିଁ। ଏହାରି ଭିତରେ ଏସବୁ ମାତ୍ ଦେଇ ଆଗେଇ ଚାଲିଛନ୍ତି ଜଣେ ଖେଳାଳି । ଯିଏକି କେବଳ ଦଳକୁ ମଜବୁତ କରୁନାହାଁନ୍ତି ତ ବରଂ ପୁରା ଢାଞ୍ଚା ପରିବର୍ତ୍ତନ କରୁଛନ୍ତି । ସେ ହେଉଛନ୍ତି ଟିମ୍ ଇଣ୍ଡିଆର ଏକ ନମ୍ୱର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।


ସ୍ଲୋ, ଓଦା କଟକ ପିଚ୍‌ରେ, ଜଣଙ୍କ ପରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରୁଥିଲେ ସଂଘର୍ଷ । ଅଭିଷେକ ଶର୍ମା ପେଟରେ ବଲ ବାଜି ଆଘାତ ହୋଇଥିଲେ । ସେହିଭଳି ତିଲକ ବର୍ମା କେବଳ ବ୍ୟାଟ୍‌କୁ ଏୟାରରେ ବୁଲାଉଥିଲେ । ପୂର୍ବରୁ କ୍ୟାପଟେନ୍ ସୂର୍ଯ୍ୟା, ଭାଇସ କ୍ୟାପଟେନ୍ ଶୁଭମନ ଗିଲ୍ ସମୟ ଖୋଜିବା ଚେଷ୍ଟା କରୁଥିବା ବେଳେ କ୍ୟାଚ୍ ହୋଇଥିଲେ।

ତଥାପି ଯେଉଁଠି ଭାରତର ଦୁର୍ଗ ଭୁଶୁଡୁଥିଲା, ସେଇଠି ସଙ୍କଟମୋଚକ ସାଜିଥିଲେ କୁଂ ମ୍ଫୁ ପାଣ୍ଡ୍ୟା । ସେହି କଷ୍ଟକର ପିଚ୍‌ରେ, ହାର୍ଦ୍ଦିକ ପାଣ୍ଡ୍ୟା ନଜର ଆସିଥିଲେ ଅଲଗା ଅନ୍ଦାଜରେ । ଦକ୍ଷିଣ ଆଫ୍ରିକାର ବୋଲିଂକୁ କାଟି ଦେଖାଇଥିଲେ ଦମ୍ । ଏପରି ପ୍ରଦର୍ଶନ କରିଥିଲେ ଯେ, ୱିକେଟ୍‌ର କଷ୍ଟ ମଧ୍ୟ ତାଙ୍କ ପାଇଁ ହାର ମାନୁଥିବା ପରି ମନେ ହେଉଥିଲା । ୨୮ ବଲ୍‌ରେ ଅପରାଜିତ ୫୯ ରନ୍ । ଚାରିଟି ହାଇ ଛକା ଓ ଆରମ୍ଭରେ ଦୁଇଟି ନୋ-ଲୁକ୍ ଛକା ମାରିଥିଲେ । ଆଉ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ କମେଣ୍ଟେଟର୍ ଡେଲ୍ ଷ୍ଟେନ୍‌ଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲା । ସେ ଚିତ୍କାର କରି କହିଥିଲେ, "ମୁଁ ମୋ ଜୀବନ ପାଇଁ ଭୟଭୀତ। ଅର୍ଥାତ୍ ଗତି, ଦକ୍ଷତା ଓ ଶ୍ରେଣୀ ସବୁଥିରେ ମାଷ୍ଟର ।