ଗୁଆଳିନାସି ମହାନଦୀ ପଠାରେ ବୁଲୁଛି କୁମ୍ଭୀର, ଲୋକେ ଆତଙ୍କିତ

NEWS7
naveen-declared-54-name-for-loksabha-and-bidhansabha-seat-still-9-hanging

ସାଲେପୁର ୦୨/୦୧: ମହାନଦୀରେ କୁମ୍ଭୀର ଆତଙ୍କ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ, ଲୋକେ ଭୟଭୀତ । କୁମ୍ଭୀରକୁ ଦେଖିବା ପାଇଁ ମୋବାଇଲରେ ଭିଡିଓ କରିବାରେ ବ୍ୟସ୍ତ ଲୋକେ । କଟକ ସାଲେପୁର ଗୁଆଳିନାସି ମହାନଦୀରେ ପଠାରେ ଗୁରୁବାର ଅପରାହ୍ନରେ ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି, ଗୁରୁବାର ସ୍ଥାନୀୟ ଲୋକେ ବିଲକୁ ଯାଇଥିଲେ । ଏହି ସମୟରେ ମହାନଦୀରେ ପାଣିରେ ଏକ କୁମ୍ଭୀର ବୁଲୁଥିବାର ଦେଖିବାକୁ ପାଇଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ଏମିତିକି ସ୍ଥାନୀୟ ଲୋକଙ୍କ ଚାଷ ଜମି ଥିବାରୁ ବିଲକୁ ଯିବା ପାଇଁ ଭୟଭୀତ ହେଉଛନ୍ତି । ଏଥିସହ ନଦୀରେ ଦୈନଦିନ ନିତ୍ୟକର୍ମ କରିବାକୁ ଭୟ କରୁଛନ୍ତି ।