ପ୍ରବାସୀଙ୍କୁ ନେଇ ଜେଡି ଭାନ୍ସଙ୍କ ବିବାଦୀୟ ମନ୍ତବ୍ୟ, ଲୋକେ କହିଲେ ‘ ନିଜ ପତ୍ନୀଙ୍କୁ ପଠାଇଦିଅ ଭାରତ’

NEWS7
naveen-announces-candidates-for-3-vacant-upper-house-seat-of-bjd

ନୂଆଦିଲ୍ଲୀ: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଏକ ବୟାନ ଏବେ ଆମେରିକାରେ ବଡ଼ ବିବାଦ ସୃଷ୍ଟି କରିଛି। ଭାନ୍ସଙ୍କ ବିବାଦୀୟ ବୟାନକୁ ନେଇ ତାଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଏମିତିକି ଅନେକ ସୋସିଆଲ ମିଡିଆ ୟୁଜର୍ସ ଜେଡି ଭାନ୍ସଙ୍କୁ ପତ୍ନୀ ଉଷାଙ୍କୁ ଭାରତ ପଠାଇଦେବାକୁ କହିଛନ୍ତି। ଏହି ପୂରା ଘଟଣା ଏବେ ବେଶ୍ ଚର୍ଚ୍ଚାର କାରଣ ପାଲଟିଛି।

ପ୍ରକୃତରେ ଜେଡି ଭାନ୍ସ ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥଲେ ‘‘ବଡ଼ ଆକାରରେ ସମୂହ ପ୍ରବାସ ଆମେରିକାର କର୍ମଚାରୀଙ୍କ ଠାରୁ ଅବସର ଛଡ଼ାଇ ନେଉଛି।’’ ସେ ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ପ୍ରବାସୀଙ୍କ ଯୋଗୁ ଆମେରିକାକୁ ହେଉଥିବା ଫାଇଦା ବିଷୟରେ ଯେଉଁ ସବୁ ଗବେଷଣା ହେଉଛି ତାହା ଫଣ୍ଡିଂ ମାଧ୍ୟମରେ କରାଯାଉଛି। ଭାନ୍ସ କହିଛନ୍ତି, ଏଭଳି ଗବେଷଣାକୁ ସେମାନେ ଅର୍ଥ ଦେଉଛନ୍ତି ଯେଉଁମାନେ ପ୍ରବାସୀଙ୍କର ଆମେରିକା ଆସିବା ଦ୍ବାରା ଲାଭ ପାଉଛନ୍ତି।’’

ତେବେ ଭାନ୍ସଙ୍କ ଏହି ବୟାନକୁ ନେଇ ଅନେକ ସୋସିଆଲ ମିଡିଆରେ ତାଙ୍କୁ ପାଖଣ୍ଡି ଏବଂ ବିଦେଶୀ ବିରୋଧୀ କହିଛନ୍ତି। ଅନେକ ଭାନ୍ସକୁ ଟାର୍ଗେଟ କରି ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପତ୍ନୀ ଉଷା ଭାନ୍ସ, ଭାରତୀୟ ବଂଶୋଦ୍ଭବ। ତେଣୁ ଭାନ୍ସଙ୍କୁ ‘ଉଷାଙ୍କୁ ଭାରତ ପଠାଇଦେବାକୁ ଦରକାର ବୋଲି ମଧ୍ୟ ବ୍ୟଙ୍ଗ କରିଛନ୍ତି ୟୁଜର୍ସ। ଜେଡି ଭାନ୍ସଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖି ଲେଖକ ଏବଂ ରାଜନୀତି ସମୀକ୍ଷକ ବଜାହତ ଅଲୀ ଲେଖିଛନ୍ତି, ‘‘ତାହେଲେ ଆପଣଙ୍କୁ ଉଷା, ତାଙ୍କ ଭାରତୀୟ ପରିବାର ଏବଂ ନିଜ ପିଲାଙ୍କୁ ମଧ୍ୟ ଭାରତ ପଠାଇବାକୁ ପଡ଼ିବ।’’

ସୂଚନାଥାଉକି, ଏହା ପୂର୍ବରୁ ମଧ୍ୟ ଭାନ୍ସଙ୍କ ଏକ ବୟାନ ବିବାଦକୁ ଆସିଥିଲା। ନ୍ୟୁୟର୍କ ପୋଷ୍ଟ ପଡକାଷ୍ଟରେ ସେ କହିଥିଲେ ଯେ, ଆମେରିକାବାସୀ ଚାହିଁବେ ତାଙ୍କ ପଡ଼ୋଶୀ ତାଙ୍କ ଜାତିର ହେଉ, ତାଙ୍କ ଭାଷା କହୁ, ତାଙ୍କ ଶରୀର ରଙ୍ଗ ବି ତାଙ୍କ ଭଳି ହେଉ, ତେବେ ଏହା ସ୍ବୀକାର ଯୋଗ୍ୟ କରାଯାଇପାରେ।