LIVE TV

ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍‌ ଫୋନ୍‌, ଆଗକୁ ୱାକିଟକି ବ୍ୟବସ୍ଥା ହେବ

NEWS7
natural-way-to-drive-away-mosquito-from-home

ପୁରୀ ୧୦: ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍‌ ଫୋନ୍‌ । ପୋଲିସ କିମ୍ବା ସେବାୟତ କେହି ବି ନେଇ ପାରିବେନି ମୋବାଇଲ୍‌ । ଆଗକୁ ୱାକିଟକି ବ୍ୟବସ୍ଥା ହେବ ବୋଲି କହିଲେ ସୁରକ୍ଷା ସବ୍‌ କମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ । ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ନେଇ ଆଲୋଚନା ହୋଇଛି । ବ୍ କମିଟି ବୈଠକ ସରିବା ପରେ କମିଟିର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁ ସିସିଟିଭି କଣ୍ଟ୍ରୋଲ ରୁମ୍‌କୁ ଯାଇ ଅନୁଧ୍ୟାନ କରିଛନ୍ତି ପରେ ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ଯାଇ ସମସ୍ତ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଛନ୍ତି ଏହି ସମୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ପ୍ରତୀକ ସିଂଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

ଶ୍ରୀମନ୍ଦିରର ସୁରକ୍ଷାକୁ ଆହୁରି କିଭଳି ସୁଦୃଢ କରାଯାଇପାରିବ ସେନେଇ ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟିର ପ୍ରଥମ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ତେବେ ଏହି ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ବିଶେଷ ପଦକ୍ଷେପ ନିଆଯାଇଛି ତେବେ ବ୍ୟାପକ ସୁରକ୍ଷା ଯୋଜନା ଉପରେ ବୈଠକରେ ଅଧିକ ଆଲୋଚନା ହୋଇଛି ଭିତ୍ତିଭୂମି, ଅତ୍ୟାଧୁନିକ ସରଞ୍ଜାମ, ମ୍ୟାନ ପାୱାର, ସିକ୍ୟୁରିଟି ଡ୍ରିଲ୍ ପ୍ରୋଟୋକଲକୁ ମଜଭୁତ କରି ବ୍ୟାପକ ସୁରକ୍ଷା ଯୋଜନା ପ୍ରସ୍ତୁତ ହୋଇଛି ତେବେ ଏଥିପାଇଁ କେତେ ଇନଭେଷ୍ଟମେଣ୍ଟ ହେବ,‌ ସୁରକ୍ଷା ଦୃଷ୍ଟିରୁ କଣ ପଦକ୍ଷେପ ନିଆଯିବ ଏବଂ ରେଡ୍ ଜୋନ୍ ଘୋଷଣା ପରେ ଗ୍ରାଉଣ୍ଡରେ କିପରି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି ଶ୍ରୀମନ୍ଦିର ବାହାରେ, ଭିତରେ ଓ ସହରରେ ଶୃଙ୍ଖଳା ଓ ସୁରକ୍ଷା କଡାକଡି ନେଇ ଆଲୋଚନା ମଧ୍ୟ ହୋଇଛି ।