ବୋମା ଫୋମା କିଛି ନାହିଁ...''ଆତଙ୍କିତ ହୁଅନି, ପୃଥ୍ୱୀରାଜ କହିଲେ ନିଶ୍ଚିତ ରୁହ''

NEWS7
nasa-launched-3d-printed-necklace-to-help-people

ଭୁବନେଶ୍ୱର ୦୮/୦୧: ମିଛ ବୋମା ଧମକ। ପ୍ରାଥମିକ ଯାଞ୍ଚରୁ ସ୍ପଷ୍ଟ। ବ୍ୟସ୍ତ ବିବ୍ରତ ହେବାର ନାହିଁ। ଏମିତି କହିଲେ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସେ କହିଛନ୍ତି କେବଳ ରାଜ୍ୟ ନୁହଁ ଦେଶର କୋର୍ଟ ଗୁଡିକୁ hoax mail ଯାଇଛି । ଏହାକୁ ନେଇ ଆତଙ୍କିତ ହେବାର ନାହିଁ । କିନ୍ତୁ କିଏ ଏମିତି କରିଛି ତାକୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସମ୍ପୂର୍ଣ୍ଣ ସମୀକ୍ଷା କରାଯିବ ।

ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ପୁଣିଥରେ କୋର୍ଟ ଗୁଡିକ ସ୍ୱାଭାବିକ ହେବାକୁ ଯାଉଛି।ସୂଚନା ଥାଉକି,ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍ ମାଧ୍ୟମରେ ଆସିଥିଲା ଧମକ । ଏହି ଧମକ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି ।

କଟକ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା କୋର୍ଟକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅପରାହ୍ଣ ୨ଟା ୪୫ ସୁଦ୍ଧା କୋର୍ଟ ପରିସର ଖାଲି କରିବାକୁ ଧମକ ମିଳିଛି । ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲା କୋର୍ଟ ସମେତ ଓଡ଼ିଶା ହାଇକୋର୍ଟକୁ ମଧ୍ୟ ତୁରନ୍ତ ଖାଲି କରାଯାଇଥିଲା ।

ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ବି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘଟଣାର ତଦନ୍ତ କରି ସତ୍ୟାସତ୍ୟ ବାହାର କରିବା ସହ ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଉଚ୍ଚପଦସ୍ତ ଅଧିକାରୀଙ୍କୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବୋମା ଧମକ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହା ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେବା ସହିତ ଏଥିରେ ସମ୍ପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।