ପିକନିକ୍ ବେଳେ ବୁଡ଼ିଗଲେ ପର୍ଯ୍ୟଟକ : ଜଣେ ଉଦ୍ଧାର, ଦୁଇ ଜଣଙ୍କ ମୃତ୍ୟୁ

NEWS7
narsingh-mishra-said-about-the-constitutional-crisis-in-the-state

ବାରିପଦା ୨୬।୧୨:ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡି ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଜଳପ୍ରପାତ କୁଣ୍ଡରେ ବୁଡି ଯାଇ ନିଖୋଜ ହୋଇଥିଲେ । ପରେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲା । ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ ।

ପିକନିକ କରିବା ପାଇଁ ଭଦ୍ରକ ଜିଲ୍ଲାରୁ କିଛି ପର୍ଯ୍ୟଟକ ସୀତାକୁଣ୍ଡ ଜଳପ୍ରପାତକୁ ଆସିଥିଲେ । ଶୁକ୍ରବାର ସକାଳୁ ସେମାନେ ଜଳପ୍ରପାତ ନିକଟରେ ପହଞ୍ଚିଥିଲେ । ସେଠାରେ କୁଣ୍ଡରେ ଗୋଡ ଖସିଯିବାରୁ ତିନି ଜଣ ପାଣିରେ ବୁଡି ଯାଇଥିଲେ । ଜଣକୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇଥିଲା । କୁଣ୍ଡର ପାଣି ଗହୀର ଓ ପ୍ରବଳ ଥଣ୍ଡା ଥିବାରୁ ପର୍ଯ୍ୟଟକ ଦ୍ବୟଙ୍କୁ ଉଦ୍ଧାର କରିପାରି ନଥିଲେ ସ୍ଥାନୀୟ ଲୋକ । ଖବରପାଇ ପୋଲିସ ଓ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇ ଜଣଙ୍କ ମୃତଦେହ ପାଣିରୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଉଭୟଙ୍କ ମରଶରୀର ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଛି ।