ଭାରତକୁ ପାକିସ୍ତାନ ନେତାଙ୍କ ଧମକ: ବାଂଲାଦେଶ ଓ ଚୀନ ସହ ମିଶି ଆମେ ଆଟାକ୍ କରିବୁ, ସାବଧାନ!

NEWS7
narendra-modi-congratulated-priyanka-chopra-and-nick-jonas-at-wedding-reception-in-delhi

ଇସଲାମାବାଦ: ବାଂଲାଦେଶ ସହିତ ସ୍ୱର ମିଳାଇ ଭାରତକୁ ଧମକ ଦେଲା ପାକିସ୍ତାନ। ଯଦି ବାଂଲାଦେଶ ଉପରେ ଆକ୍ରମଣ କରିବାର କୌଣସି ଯୋଜନା କରାଯାଏ, ତେବେ ପାକିସ୍ତାନ ଆର୍ମି ଓ ମିସାଇଲ ଏହାର ଦୃଢ଼ ଜବାବ ଦେବ। ମଙ୍ଗଳବାର ଭାରତକୁ ଏଭଳି ଧକମ ଦେଇଛନ୍ତି ଶେହବାଜ ସରିଫଙ୍କ ଦଳ ପାକିସ୍ତାନ ମୁସ୍ଲିମ ଲିଗ୍(ପିଏମ୍ଏଲ)ର ଯୁବ ନେତା କମ୍ରାନ ସୟୀଦ ଉସମାନୀ। କେବଳ ସେତିକି ନୁହେଁ, ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି କରିବାକୁ ମଧ୍ୟ ଉସମାନୀ ଆହ୍ୱାନ ଦେଇଛନ୍ତି।

ଉସମାନୀ କହିଛନ୍ତି “ଯଦି ଭାରତ ବାଂଲାଦେଶର ସ୍ୱାୟତ୍ତତା ଉପରେ ଆକ୍ରମଣ କରେ, ଯଦି କେହି ବାଂଲାଦେଶକୁ ଖରାପ ଉଦ୍ଦେଶ୍ୟ ରଖି ଦେଖିବାକୁ ସାହସ କରେ, ତେବେ ମନେରଖନ୍ତୁ ଯେ ପାକିସ୍ତାନର ଲୋକମାନେ, ପାକିସ୍ତାନୀ ସଶସ୍ତ୍ର ବାହିନୀ ଏବଂ ଆମର କ୍ଷେପଣାସ୍ତ୍ର ବେଶ ଦୂରରେ ନାହିଁ। ” ବାଂଲାଦେଶ ଉପରେ ଭାରତ ତା’ର "ଅଖଣ୍ଡ ଭାରତ ବିଚାରଧାରା" ଲଦିବାର ପ୍ରୟାସକୁ ପାକିସ୍ତାନ କେବେ ବି ସହ୍ୟ କରିବ ନାହିଁ ବୋଲି ସେ କହିଛନ୍ତି।

ଉସମାନୀ କହିଛନ୍ତି ପାକିସ୍ତାନ ପୂର୍ବରୁ ଯୁଦ୍ଧ କରି ଭାରତକୁ ସମସ୍ୟାରେ ପକାଇଛି। ଯଦି ଦରକାର ପଡ଼େ ପୁଣିଥରେ ସେ ଭାରତକୁ ସମସ୍ୟାରେ ପକାଇବ। କେବଳ ସେତିକି ନୁହେଁ, ଯୁଦ୍ଧର ପୂରା ରଣନୀତିକୁ ମଧ୍ୟ ସେ ଭିଡିଓରେ କହିଛନ୍ତି। ଉସମାନୀ କହିଛନ୍ତି ପାକିସ୍ତାନ ପୂର୍ବ ପଟରୁ ଆକ୍ରମଣ କରିବ। ବାଂଲାଦେଶ ପଶ୍ଚିମ ପଟରୁ ଆକ୍ରମଣ କରିବ। ସେହିପରି ଚୀନ ଏହି ସମୟରେ ଅରୁଣାଚଳ ପ୍ରଦେଶ ଓ ଲଦାଖ ଉପରେ ଧ୍ୟାନ ଦେବ।

ଆଉ ଏକ ଭିଡିଓରେ ଉସମାନୀ ବାଂଲାଦେଶ ଓ ପାକିସ୍ତାନ ସେନା ମଧ୍ୟରେ ହେବା ଦରକାର ବୋଲି କହିଛନ୍ତି। ଏଥିସହିତ ଦୁଇ ଦେଶ ପରସ୍ପର ମିଲିଟାରି ବେସ୍ ସ୍ଥାପନ କରିବା ଉଚିତ। ବାଂଲାଦେଶ ପାକିସ୍ତାନରେ ଓ ପାକିସ୍ତାନ ବାଂଲାଦେଶରେ ମିଲିଟାଇର ବେସ୍ କରୁ ବୋଲି ସେ ଆହ୍ୱାନ ଦେଇଛନ୍ତି।