ଖିଲାଡି କୁମାରଙ୍କ ଭାଣିଜୀ ସିମରଙ୍କ ବଲିଉଡ୍‌ ଡେବ୍ୟୁ,ଏହି ଫିଲ୍ମରେ ଆସିବେ ନଜର

NEWS7
narendra-modi-and-amit-shah-to-join-kolkatas-durga-puja

ମୁମ୍ୱାଇ,୦୫।୧୨: ଫିଲ୍ମ ‘ଇକ୍କିସ୍’ ଜରିଆରେ ବଲିଉଡ ଏଣ୍ଟ୍ରି କରିବେ ଖିଲାଡ଼ି କୁମାରଙ୍କ ଭାଣିଜୀ ସିମର ଭାଟିୟା । ତାଙ୍କ ଡେବ୍ୟୁକୁ ନେଇ ଅକ୍ଷୟ ଖୁବ୍ ଉତ୍ସାହିତ ଓ ଭାବୁକ ହୋଇଛନ୍ତି । ‘ଇକ୍କିସ୍’ରୁ ସିମରଙ୍କ ପୋଷ୍ଟର୍ ସୋସିଆଲ ମିଡିଆରେଶେୟାର କରି ସେ ନିଜର ଖୁସି ଓ ଭାବନା ବ୍ୟକ୍ତ କରିଛନ୍ତି ।

ଯେଉଁ କୁନି ଝିଅକୁ ସେ କୋଳରେ ଧରି ବୁଲୁଥିଲେ,ତାକୁ ଆଜି ଫିଲ୍ମ ଦୁନିଆରେ ପାଦ ଥାପିବାର ଦେଖିବା ଅକ୍ଷୟଙ୍କ ପାଇଁ ଅତ୍ୟନ୍ତ ଆବେଗ ଭରା ମୁହୂର୍ତ୍ତ ହୋଇଛି। ଯାତ୍ରା ଜଟିଳ, କିନ୍ତୁ ସେହି ଚମକ, ସଚ୍ଚୋଟତା ଓ ଦୃଢ଼ସଂକଳ୍ପ ସହିତ ସିମର ଆଗକୁ ବଢ଼ିବେ ବୋଲି ଅକ୍ଷୟଦୃଢ଼ତାର ସହ କହିଛନ୍ତି । ଜାତୀୟ ସମ୍ମାନ ବିଜେତା ଶ୍ରୀରାମରାଘବନଙ୍କ ଫିଲ୍ମ ‘ଇକ୍କିସ୍’ ଭାରତର ସବୁଠୁ କମ୍ ବୟସ୍କପରମବୀର ଚକ୍ର ବିଜେତା ଲେଫ୍ଟନାଣ୍ଟ୍ ଅରୁଣ କ୍ଷେତ୍ରପାଲଙ୍କକାହାଣୀ ଉପରେ ପର୍ଯ୍ୟବସିତ ।

ଏଥିରେ ଅମିତାଭଙ୍କ ନାତିଅଗସ୍ତ୍ୟ ନନ୍ଦା ଅରୁଣ କ୍ଷେତ୍ରପାଲ ଭୂମିକାରେ ଅଭିନୟ କରିଛନ୍ତି ।ଫିଲ୍ମରେ ଦିବଂଗତ ଅଭିନେତା ଧର୍ମେନ୍ଦ୍ର ତାଙ୍କ ବାପା ଭୂମିକାରେପରଦାକୁ ଆସିବେ । ଏହା ତାଙ୍କର ଶେଷ ଫିଲ୍ମ । ଆସନ୍ତା ୨୫ତାରିଖରେ ସିନେମା ଘରକୁ ଆସିବ ‘ଇକ୍କିସ୍’ ।