LIVE TV

ଦୁଇ ଥର ବିବାହ କରିଥିଲେ ଧର୍ମେନ୍ଦ୍ର, ଅଗଣାରେ ଖେଳୁଥିଲେ ୧୩ ନାତି-ନାତୁଣୀ

NEWS7
naranpur-village-girl-missing-during-bathing-in-gobari-river-people-supect-crocodile-caught-her

ମୁମ୍ବାଇ, ୨୪/୧୧: ଆଉ ନାହାଁନ୍ତି ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର । ସୋମବାର ତାଙ୍କର ଦେହାନ୍ତ ହୋଇଛି । ଅନେକ ହିଟ୍ ଫିଲ୍ମ ଦେଇଥିଲେ ସେ । ତାଙ୍କ ଫିଲ୍ମ ଦେଖିବାକୁ ହଲରେ ଲାଗୁଥିଲା ଖଚାଖଚ ଭିଡ । କିନ୍ତୁ ସମସ୍ତଙ୍କୁ ପର କରି ଚାଲିଯାଇଛନ୍ତି ବୀରୁ ଭାବେ ପରିଚିତ ଧର୍ମେନ୍ଦ୍ର । ସିଲଭର ସ୍କ୍ରିନରେ ଜଲଓ୍ୱା ଦେଖାଉଥିବା ଏହି କିମ୍ବଦନ୍ତୀ ଅଭିନେତାଙ୍କ ପର୍ସନାଲ ଲାଇଫ୍ ଖୁବ ଚର୍ଚ୍ଚାରେ ରହିଥିଲା । କାରଣ ସେ ଦୁଇ ଥର ବିବାହ କରିଥିଲେ । ଘର ନାତିନାତୁଣୀଙ୍କ କୋଳାହଳରେ ଫାଟି ପଡୁଥିଲା ।

ପ୍ରଥମ ବିବାହ

୧୯ ବର୍ଷ ବୟସରେ ସେ ପ୍ରଥମ ବିବାହ କରିଥିଲେ । ୧୯୫୪ରେ ସେ ପ୍ରକାଶ କୌରଙ୍କ ହାତ ଧରିଥିଲେ । ସେତେବେଳେ ହି-ମ୍ୟାନ ବଲିଉଡରେ ନିଜର ଅଭିନୟ ଇନିଂସ ଆରମ୍ଭ କରିନଥିଲେ । ପ୍ରକାଶ କୌରଙ୍କଠାରୁ ଧର୍ମେନ୍ଦ୍ରଙ୍କ ଦୁଇ ପୁତ୍ର ଏବଂ ଦୁଇ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ । ଅର୍ଥାତ ସେ ୪ଜଣ ସନ୍ତାନଙ୍କ ପିତା ହୋଇପାରିଥିଲେ ।

ପ୍ରଥମ ପତ୍ନୀଙ୍କଠାରୁ ସନୀ ଦେଓଲ, ବବି ଦେଓଲ, ବିଜେତା ଦେଓଲ ଏବଂ ଅଜିତା ଦେଓଲ ଜନ୍ମ ହୋଇଥିଲେ । ସନି ଏବଂ ବବି ବଲିଉଡର ପ୍ରସିଦ୍ଧ ଅଭିନେତା ଥିବା ବେଳେ ଦୁଇ ଭଉଣୀ ଲାଇମଲାଇଟରୁ ଦୂରରେ ରହି ଆସିଛନ୍ତି ।

ଦ୍ୱିତୀୟ ବିବାହ

ପ୍ରକାଶ କୌରଙ୍କୁ ଛାଡପତ୍ର ନଦେଇ ୧୯୮୦ରେ ଡ୍ରିମଗାର୍ଲ ହେମା ମାଳିନୀଙ୍କୁ ଧର୍ମେନ୍ଦ୍ର ବିବାହ କରିଥିଲେ । ହେମା ତାଙ୍କଠାରୁ ୧୩ ବର୍ଷ ସାନ ଅଟନ୍ତି । ବିବାହ ପରେ ଉଭୟଙ୍କର ଦୁଇ ଝିଅ ଜନ୍ମ ହୋଇଥିଲେ । ଦୁଇ ଝିଅ ହେଲେ ଇଶା ଦେଓଲ ଏବଂ ଆହାନା ଦେଓଲ ।

ନାତି ନାତୁଣୀ

ସବୁଠାରୁ ବଡ ପୁଅ ସନି ଦେଓଲଙ୍କ ପତ୍ନୀ ହେଲେ ପୂଜା । ସେ ମଧ୍ୟ ଲାଇମଲାଇଟରେ ରହୁ ନାହାଁନ୍ତି । ସେମାନଙ୍କର ଦୁଇ ପୁଅ ହେଲେ କରଣ ଏବଂ ରାଜବୀର । ଉଭୟ ବଲିଉଡରେ ଶୀଘ୍ର କ୍ୟାରିଅର ଆରମ୍ଭ କରିପାରନ୍ତି । ଧର୍ମେଦ୍ରଙ୍କ ଦ୍ୱିତୀୟ ପୁତ୍ର ବବି ଦେଓଲ ନିଜ ବନ୍ଧୁ ତାନ୍ୟା ଆହୁଜାଙ୍କୁ ବିବାହ କରିଛନ୍ତି । ସେମାନଙ୍କର ଆର୍ଯ୍ୟମନ ଏବଂ ଧରମ ନାଁରେ ଦୁଇ ପୁତ୍ର ଅଛନ୍ତି ।

ସେପଟେ ଦୁଇ ଝିଅ ବିଜେତା ଏବଂ ଅଜିତା ଅଧିକାଂଶ ସମୟରେ ପରିବାରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି । ବିବାହ ପରେ ସେମାନେ ବିଦେଶରେ ରହୁଛନ୍ତି । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି ଦୁଇ ଝିଅ । ଉଭୟଙ୍କର ଦୁଇ ଜଣ ଲେଖାଏଁ ସନ୍ତାନ ଅଛନ୍ତି ।

ଏତତ୍ ବ୍ୟତୀତ ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଝିଅ ଇଶା ଏବଂ ଆହାନା ବଲିଉଡରେ କାମ କରିଛନ୍ତି । ଇଶାଙ୍କର ଦୁଇ ଜଣ ସନ୍ତାନ ଥିବା ବେଲେ ଆହାନାଙ୍କ ତିନି ଜଣ ସନ୍ତାନ ରହିଛନ୍ତି । ଇଶାଙ୍କ ବିବାହ ବିଚ୍ଛେଦ ଘଟିଛି ।ସେ ୨୦୧୨ରେ ଭରତ ତଖତାନୀଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୨ରେ ବିବାହ ବିଚ୍ଛେଦ ଘଟିଥିଲା । ସେହିପରି ଆହାନା ବୈଭବ ଆରୋରାଙ୍କୁ ବିବାହ କରିଥିଲେ । ଉଭୟ ଏବେ ବିଦେଶରେ ରହୁଛନ୍ତି ।