ଆମ୍ବୁସ କରି ଆତଙ୍କବାଦୀଙ୍କ ଆକ୍ରମଣ, ୭ ଯବାନ ଆହତ : ଚାଲିଛି ସର୍ଚ୍ଚ ଅପରେସନ

NEWS7
nabin-niwas-gherau-on-4th-july-by-congress-yuba-manch

ଶ୍ରୀନଗର,୯|୦୧:ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ରବିବାର ଜମ୍ମ-କାଶ୍ମୀରର କିସ୍ତଓ୍ୱାରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ ଯବାନମାନଙ୍କୁ କିସ୍ତଓ୍ୱାରର ଚାତରୁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ଏହାପରେ ସେମାନେ ସର୍ଚ୍ଚ ଅପସେରନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଆମ୍ବୁସ କରି ଆକ୍ରମଣ କରିଥିଲେ । ଏଥିରେଜଣ ଯାବନଙ୍କ ଦେହରେ ଗୁଳି ବାଜିଛି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି । ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଏବେବି ଉଭୟ ପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।

ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଦୁଇରୁ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆତଙ୍କବାଦୀ ଜୈଶ-ଏ-ଅହମ୍ମଦ ସହ ଜଡିତ । ସେମାନେ ଗୁଳି ଚାଳନା କରିବା ସହ ଗ୍ରେନେଡ୍ ମଧ୍ୟ ଫିଙ୍ଗିଥିଲେ । ଆତଙ୍କୀଙ୍କୁ ଧରିବା ପାଇଂ ଡ୍ରୋନ୍ ଏବଂ ସନ୍ଧାନୀ କୁକୁରକୁ ନିୟୋଜିତ କରାଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀଏବଂ୧୩ତାରିଖରେ କଠୁଆ ଜିଲ୍ଲାର କାହୋଗ ଏବଂ ନାଜୋତ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସର୍ଚ୍ଚ ଅପରେସନ ପରେ ଯବାନମାନେ ବିପୁଳ ମାତ୍ରାରେ ଗୁଳିଗୋଳାଜବତ କରିଥିଲେ ।