T-20 ବିଶ୍ଵକପ: ପ୍ରଥମ ସେମିରେ ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ଦ. ଆଫ୍ରିକାର ୩ ପରିବର୍ତ୍ତନ

NEWS7
nabarangpur-district-bjd-press-meet-over-mp-candidate-viral-video

କୋଲକାତା: T-20 ବିଶ୍ବକପର ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା। କୋଲକାତାର ଇଡେନ୍ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ମ୍ୟାଚ ସଂଧ୍ୟା ୭ଟାରେ ହେବାକୁ ଥିବା ବେଳେ ଟସ୍ ସାଢେ ୬ଟାରେ ପଡ଼ିଛି ଟସ୍। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍ ସାଣ୍ଟନର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା। ନ୍ୟୁଜିଲାଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ ଘଟିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ ଘଟିଛି।

ଜିମ୍ବାଓ୍ଵେ ବିପକ୍ଷ ସୁପର-୮ର ମୁକାବିଲାରେ ବିଶ୍ରାମ ନେଇଥିବା କାଗିସୋ ରାବଡ଼ା, ମାର୍କୋ ଜନସେନ ଓ କେଶବ ମହାରାଜଙ୍କ ଚୂଡ଼ାନ୍ତ ଏକାଦଶରେ ପ୍ରତ୍ୟାବର୍ତ୍ତନ ଘଟିଛି। ଅନ୍ୟପଟେ ସମାନ ଚୂଡ଼ାନ୍ତ ଏକାଦଶ ସହ ମଇଦାନକୁୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଟିମ୍। 

Also read: ICC ରାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ, ୨୫ ଖେଳାଳିଙ୍କୁ ପଛରେ ପକାଇଲେ ସଞ୍ଜୁ, ଅଭିଷେକ କେଉଁଠି ?

ବିଶ୍ବକପ୍ ଇତିହାସରେ ଉଭୟ ଟିମ୍ ଷଷ୍ଠଥର ପାଇଁ ସାମ୍ନାସାମ୍ନି ହେବେ। ଗତ ୫ ଥର ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି। ତେବେ ବିଶ୍ବକପ୍ ସେମି ଫାଇନାଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ପ୍ରଥମ ଥର ଭେଟୁଛନ୍ତି । ଚଳିତ T-20 ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଅଜେୟ ରହିଛି, କାହାଠାରୁ ହାରିନାହିଁ । ସେପଟେ ନ୍ୟୁଜିଲାଣ୍ଡ ୨ଥର ପରାଜୟର ସାମ୍ନା କରିଛି। ଗ୍ରୁପ୍ ଷ୍ଟେଜରେ ଦକ୍ଷିଣ ଆଫ୍ରିକାଠାରୁ ଏବଂ ସୁପର -8ରେ ଇଂଲଣ୍ଡଠାରୁ ହାରିଥିଲା।

ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ୨୦୦୫ ମସିହାରେ ଖେଳାଯାଇଥିଲା। ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ସର୍ବମୋଟ ୧୯ଟି ମ୍ୟାଚ୍ ଖେଳାଯାଇଛି। ଏହି ସମୟସୀମାରେ ଦକ୍ଷିଣ ଆଫ୍ରିକା ଦଳ ୧୨ଟି ମ୍ୟାଚ୍ ଜିତିଥିବାବେଳେ ନ୍ୟୁଜିଲାଣ୍ଡ ଦଳ ୭ଟି ମ୍ୟାଚରେ ବିଜୟୀ ହୋଇଛି। ଦୁଇ ଦଳ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍ ଏହି ବିଶ୍ବକପ୍ ରେ ଖେଳାଯାଇଥିଲା, ଯେଉଁଥିରେ ଦକ୍ଷିଣ ଆଫ୍ରିକା ୭ଟି ୱିକେଟରେ ବିଜୟ ହାସଲ କରିଥିଲା। ନ୍ୟୁଜିଲାଣ୍ଡ ଦଳ ପଞ୍ଚମ ଥର ପାଇଁ ଟି-୨୦ ବିଶ୍ବକପର ସେମିଫାଇନାଲକୁ ପହଞ୍ଚିଛି। ଅନ୍ୟପଟେ, ଦକ୍ଷିଣଆଫ୍ରିକା ଚତୁର୍ଥ ଥର ପାଇଁ ସେମିଫାଇନାଲ୍ ଖେଳୁଛି।

Also read: ​​​​​​​ସେମିରେ ଅଭିଷେକ ଫେଭରେଟ୍, ଡରୁଛନ୍ତି ଇଂଲଣ୍ଡ ଖେଳାଳି : ମାନିଲେ ସାମ୍ କରନ୍  ​​​​​​​

ନ୍ୟୁଜିଲାଣ୍ଡ

ଟିମ୍ ସେଇଫର୍ଟ(ଅଧିନାୟକ), ଫିନ ଆଲେନ, ରଚିନ ରବୀନ୍ଦ୍ରନ, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ଡାରିଲ ମିଚେଲ୍, ଜେମ୍ସ ନିଶାନ, ମିଚେଲ୍ ସାଣ୍ଟନର(ଅଧିନାୟକ), କୋଲ ମ୍ୟାକୋଞ୍ଚି, ମାଟ୍ ହେନରୀ, ଲୋକି ଫର୍ଗ୍ୟୁସନ।

ଦ. ଆଫ୍ରିକା

ଆଡନ ମାକ୍ରମ(ଅଧିନାୟକ), କ୍ଵିଣ୍ଟନ ଡିକ୍(ଓ୍ଵିକେଟ୍ କିପର), ରିୟାନ ରିକଲଟନ, ଡିଓ୍ଵାର୍ଲ୍ଡ ବ୍ରେଭିସ, ଡେଭିଡ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ମାର୍କୋ ଜନସେନ, କୋର୍ବିନ ବୋଶ, କାଗିସୋ ରାବଡ଼ା, କେଶବ ମହାରାଜ, ଲୁଙ୍ଗି ଏନଗିଡ଼ି।