ଭଗବାନ ନାରାୟଣଙ୍କ ମୂର୍ତ୍ତିକୁ ଭାଙ୍ଗିଦେଲା ଥାଇଲାଣ୍ଡ, ନିନ୍ଦା କଲା ଭାରତ

NEWS7
nabanna-offered-to-maa-samaleswari-on-eve-of-nuakhai

ବ୍ୟାଙ୍ଗକକ୍, ୨୫/୧୨: ବିଦେଶରେ ଭାରତୀୟ ଦେବୀ-ଦେବତାଙ୍କୁ ଅପମାନ । ଭାଙ୍ଗିଦେଲେ ମୂର୍ତ୍ତି । ପ୍ରତିବାବ କଲା ଭାରତ । ଥାଇଲାଣ୍ଡ ଏବଂ କମ୍ବୋଡିଆ ସୀମାରେ ଥିବା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଭଙ୍ଗାକୁ ଜୋରଦାର ବିରୋଧ କରିଛି ଭାରତ । ଏହା କୋଟି କୋଟି ଭାରତୀୟଙ୍କ ଭାବନାକୁ ଆଘାତ କରିଥିବା ବୈଦେଶିକ ମନ୍ତ୍ରାଳୟ ପ୍ରକାଶ କରିଛି ।

ରିପୋର୍ଟ ଅନୁସାରେ, ଥାଇଲାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ଲାଗି ରହିଛି । ତେବେ ବୁଧବାର ଉଭୟ ଦେଶର ସୀମାରେ ଥିବା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି । ଏହାକୁ ୨୦୧୩ରେ କମ୍ବୋଡିଆ ସେନା ପ୍ରତିଷ୍ଠା କରିଥିଲା । ଏହି ଅଞ୍ଚଳକୁ କମ୍ବୋଡିଆ ନିଜର କହି ମୂର୍ତ୍ତି ସ୍ଥାପନ କରିଥିଲା । ଏହା ଦେଶର ଉବୋନ୍ ରତଚାଥାନୀ ରାଜ୍ୟରେ ଆସୁଛି । ତେବେ ଏହି ଅଞ୍ଚଳକୁ ଏବେ ଥାଇଲାଣ୍ଡ ନିଜର କହି ମୂର୍ତ୍ତିକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି ।

ମୂର୍ତ୍ତି ଭଙ୍ଗା ଘଟଣା ସାମ୍ନାକୁ ଆସିବା ପରେ ଭାରତ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଏହା ହେଉଛି ଏକ ଅମାନବୀୟ କାର୍ଯ୍ୟ । ସାରା ବିଶ୍ୱରେ ହଜାର ହଜାରି ହିନ୍ଦୁଙ୍କ ଭାବନାକୁ ଏହା ଆଘାତ ଦେଇଛି । ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ମୂର୍ତ୍ତି ସବୁଠାରେ ପୂଜା ପାଏ । ଉଭୟଙ୍କ ମଧ୍ୟରେ ସାଂସ୍କୃତିକ ସମାନତା ରହିଛି ।

ଥାଇଲାଣ୍ଡ-କମ୍ବୋଡିଆ ବିବାଦକୁ ନେଇ ଭାରତର ଆଭିମୁଖ୍ୟ

ଭାରତ ଉଭୟ ଦେଶର ସୀମା ବିବାଦକୁ ନେଇ କିଛି କହିନାହିଁ । କିନ୍ତୁ ବୈଦେଶିକ ମନ୍ତ୍ରାଳୟ ଦୁଇ ଦେଶକୁ ଶାନ୍ତି ପ୍ରତିଷ୍ଠା କରିବାକୁ ଅପିଲ କରିଛି । ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ ବୋଲି ଭାରତ କହିଛି ।