ଭୋଟ୍ ଦେଇନାହାନ୍ତି ପ୍ରକୃତ ମତଦାତା , ନିର୍ବାଚନ ବାତିଲ ହେବା ଦରକାର; ଶେଖ ହସିନାଙ୍କ ଦାବି

NEWS7
mysterious-unakoti-temple-in-tripura

ଢାକା: ବାଂଲାଦେଶରେ ନିର୍ବାଚନ ଶେଷ ହୋଇଥିବା ବେଳେ ଭୋଟ୍ ଗଣତି ଜାରି ରହିଛି । ଏହାରି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିର୍ବାଚନ ବାତିଲ କରିବାକୁ ଆହ୍ୱାନ ଦେଇଛନ୍ତି । ମହମ୍ମଦ ୟୁନୁସଙ୍କୁ ଜଣେ ହତ୍ୟାକାରୀ ବୋଲି କହି ଆୱାମୀ ଲିଗ୍ ମୁଖ୍ୟ ତାଙ୍କର ଇସ୍ତଫା ମଧ୍ୟ ଦାବି କରିଛନ୍ତି।

ଶେଖ୍ ହାସିନା ୬ଟି ଦାବି କରିଛନ୍ତି । ନିର୍ବାଚନକୁ ଅସାମ୍ବିଧାନିକ ଏବଂ ବେଆଇନ ଘୋଷଣା କରି ବାତିଲ କରାଯାଉ, ମହମ୍ମଦ ୟୁନୁସଙ୍କ ଇସ୍ତଫା, ତାଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ, ସମସ୍ତ ରାଜନୈତିକ ବନ୍ଦୀ ଏବଂ ଶିକ୍ଷକମାନଙ୍କୁ ମୁକ୍ତ କରାଯାଉ, ଆୱାମୀ ଲିଗର କାର୍ଯ୍ୟକଳାପ ଉପରୁ ପ୍ରତିବନ୍ଧକ ଉଠାଯାଉ ଏବଂ ନିରପେକ୍ଷ ନିର୍ବାଚନ ଆୟୋଜନ କରାଯାଉ ବୋଲି ଶେଖ ହସିନା ଦାବି କରିଛନ୍ତି ।

ହସିନା କହିଛନ୍ତି ଯେ, ବାଂଲାଦେଶର ବିଭିନ୍ନ ସ୍ତରରେ ସାଧାରଣ ଜନତା, ବିଶେଷକରି ମହିଳା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ, ନିର୍ବାଚନକୁ ବର୍ଜନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ମହମ୍ମଦ ୟୁନୁସ୍ ବେଆଇନ ଏବଂ ଅସାମ୍ବିଧାନିକ ଭାବରେ କ୍ଷମତା ଦଖଲ କରିଛନ୍ତି ଏବଂ ସେ ଯେଉଁ ନିର୍ବାଚନ ଆୟୋଜନ କରିଥିଲେ ତାହା ଏକ ପ୍ରହସନ ଥିଲା ।

ସେ କହିଛନ୍ତି ଯେ, ନିର୍ବାଚନ ଲୋକଙ୍କ ମତଦାନ ଅଧିକାର, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସମ୍ବିଧାନର ନୀତି ନିୟମ ଉଲ୍ଲଂଘନ କରି କରାଯାଇଥିଲା । ଆୱାମୀ ଲିଗର ଅଂଶଗ୍ରହଣ ବିନା ଏବଂ କୌଣସି ପ୍ରକୃତ ଭୋଟର ବିନା ପ୍ରକ୍ରିୟା ସମାପ୍ତ ହୋଇଥିଲା ।