କଚ୍ଛପ ଗତିରେ ଭାରତର ମେନୁଫେକ୍ଚରିଂ ସେକ୍ଟର: ଭିଏତନାମ, ସିଙ୍ଗାପୁର ଓ ମାଲେସିଆ ଆଗକୁ ଗଲେ, ଷଷ୍ଠ ସ୍ଥାନରେ ଆଣ୍ଠେଇଛି ଭାରତ

NEWS7
music-director-basudev-rath-is-in-icu

ନୂଆଦିଲ୍ଲୀ:Asia manufacturing index 2026 ଏସିଆର ମେନୁଫେକ୍ଚରିଂ ହବ ହେବ ଭାରତ। ଏହି ସ୍ୱପ୍ନ ନେଇ ଜୋରସୋର୍ରେ କାମ ଚାଲିଥିଲା। ହେଲେ ଏବେ ଲାଗୁଛି କାମ ମନ୍ଥର ପଡ଼ିଯାଇଛି। ଭାରତର ମେନୁଫେକ୍ଚରିଂ ସେକ୍ଟର କଇଁଚ ଗତିରେ ଚାଲୁଛି। ବୁଧବାର ପ୍ରକାଶିତ ଏସିଆ ମାନୁଫାକଚରିଂ ଇଣ୍ଡେକ୍ସ(ଏଏମ୍ଆଇ)-୨୦୨୬ରେ ଭାରତ ୬ ସ୍ଥାନରେ ସ୍ଥିର ରହିଛି। ଯାହା ବିକଶିତ ଭାରତ ଦିଗରେ ଏକ ବାଧକ ହୋଇପାରେ।

ବୁଧବାର ପ୍ରକାଶିତ ଏସିଆ ମାନୁଫାକଚରିଂ ଇଣ୍ଡେକ୍ସ (ଏଏମ୍ଆଇ)-୨୦୨୬ରେ ଏହି ରିପୋର୍ଟରେ ଭାରତ ୧୧ ପ୍ରମୁଖ ଏସୀୟ ଦେଶଙ୍କ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ୨୦୨୪ ରିପୋର୍ଟରେ ଭାରତ ୮ଟି ଦେଶ ମଧ୍ୟରେ ଚତୁର୍ଥ ସ୍ଥାନରେ ଥିଲା, କିନ୍ତୁ ଗତ ବର୍ଷରୁ ଏହା ଷଷ୍ଠ ସ୍ଥାନରେ ସ୍ଥିର ରହିଛି।ରିପୋର୍ଟ ଅନୁସାରେ, ଚୀନ୍ ଏବେ ଏସିଆରେ ବିନିର୍ମାଣ କ୍ଷେତ୍ରରେ ବିଶ୍ୱର ପ୍ରଥମ ପସନ୍ଦ ରହିଛି। ସେହିଭଳି ମାଲେସିଆ ଏଥର ବଡ଼ ସଫଳତା ହାସଲ କରିଛି। ଏହି ଦେଶ ଭିଏତ୍ନାମକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିଛି। ସେହିପରି ଭିଏତ୍ନାମ ତୃତୀୟ, ସିଙ୍ଗାପୁର ଚତୁର୍ଥ ଏବଂ ଦକ୍ଷିଣ କୋରିଆ ପଞ୍ଚମ ସ୍ଥାନରେ ରହିଛି। ଭାରତ ଏହି ଦେଶଗୁଡ଼ିକଠାରୁ ପଛରେ ଷଷ୍ଠ ସ୍ଥାନରେ ରହିଛି । ଇଣ୍ଡୋନେସିଆ ସପ୍ତମ ଏବଂ ଥାଇଲାଣ୍ଡ୍ ଅଷ୍ଟମ ସ୍ଥାନରେ ରହିଛି।

ତେବେ ଭାରତ କେତେକ କ୍ଷେତ୍ରରେ ମଜଭୁତ ଥିବାବେଳେ ଅନେକ କ୍ଷେତ୍ରରେ ଏହାକୁ ସୁଧାର ଆଣିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ଭାରତ ପାଖରେ ବଡ଼ କାର୍ଯ୍ୟଶକ୍ତି ବା ଶ୍ରମିକ ଉପଲବ୍ଧତା ରହିଛି। ବର୍ଦ୍ଧିତ ଘରୋଇ ଚାହିଦା ଏହାର ବଡ଼ ଶକ୍ତି। ସରକାରଙ୍କ ପ୍ରଡକ୍ସନ ଲିଙ୍କ୍ ଇନସେନଟିଭ (ପିଏଲ୍ଆଇ) ସ୍କିମ୍ ଭଳି ନୀତି ଯୋଗୁ ଇଲେକ୍ଟ୍ରୋନିକ୍ସ ଏବଂ ଫାର୍ମା କ୍ଷେତ୍ରରେ ବଡ଼ ମାତ୍ରାରେ ନିବେଶ ଆସୁଛି।

ତେବେ ଭିତ୍ତିଭୂମି କ୍ଷେତ୍ରରେ ଭାରତ ଏବେ ବି ସିଙ୍ଗାପୁର ଏବଂ ଚୀନ୍ ଭଳି ଦେଶଠାରୁ ବହୁ ପଛରେ ରହିଛି। ଏହାବ୍ୟତୀତ ଭ୍ରଷ୍ଟାଚାରକୁ ନେଇ ଧାରଣା ଏବଂ ସଂସ୍ଥାଗତ ସ୍ଥିରତା ମାମଲାରେ ଭାରତକୁ କମ୍ ଅଙ୍କ ମିଳିଛି। ଟିକସ ନୀତି ଏବଂ ଲଜିଷ୍ଟିକ୍ ଖର୍ଚ୍ଚ କମ୍ କରିବା ଭାରତ ପାଇଁ ବଡ଼ ଆହ୍ୱାନ ପଲଟିଛି।

ରିପୋର୍ଟରେ କୁହାଯାଇଛି ଯେ, ଭ୍ରଷ୍ଟାଚାର ମାମଲାରେ ଭାରତ ଏହାର ୬ ପ୍ରତିଦ୍ୱନ୍ଦ୍ୱୀ ଦେଶଙ୍କଠାରୁ ପଛରେ ପଡ଼ିଛି। ବିଶେଷଜ୍ଞଙ୍କ କହିବାନୁସାରେ, ମେକ୍ ଇନ୍ ଇଣ୍ଡିଆକୁ ସମ୍ପୂର୍ଣ୍ଣ ରୂପେ ସଫଳ କରିବା ପାଇଁ ଭାରତକୁ ନିଜର ଆଇନଗତ ପ୍ରକ୍ରିୟାକୁ ଅଧିକ ସରଳ କରିବାକୁ ପଡ଼ିବ। ତେବେ ଯାଇ ୨୦୨୬ ସୁଦ୍ଧା ୧ ଟ୍ରିଲିୟନ ଡଲାରର ବିନିର୍ମାଣ ଅର୍ଥନୀତି ପାଲଟିବା ଭାରତର ଲକ୍ଷ୍ୟ ହାସଲ କରିପାରିବ।

ଭାରତକୁ କେବଳ ଶ୍ରମ ଉପଲବ୍ଧତା ଉପରେ ନିର୍ଭର ରହିବା ବଦଳରେ ଦକ୍ଷତା ବିକାଶ ଏବଂ ଡିଜିଟାଲ ଭିତ୍ତିଭୂମି ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯଦି ଭାରତ ଏହାର ଲଜିଷ୍ଟିକ୍ସ ଖର୍ଚ୍ଚକୁ କମ୍ କରିଦିଏ ତେବେ ଆଗାମୀ କିଛି ବର୍ଷରେ ଏହା ଭିଏତ୍ନାମ ଏବଂ ମାଲେସିଆ ଆଦି ରାଷ୍ଟ୍ରକୁ କଡ଼ା ଟକ୍କର ଦେବ।