LIVE TV

ବଲାଙ୍ଗିର ଆଠଗାଁରେ ଉତ୍ତେଜନା : ଯୁବକଙ୍କୁ ହତ୍ୟା ଉଦ୍ୟମ, ୩ ଅଟକ

NEWS7
murtadeha-in-kahalahandi

ବଲାଙ୍ଗିର ୨୧୧: ବଲାଙ୍ଗିର ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁରେ ଦୁର୍ବୃତ୍ତଙ୍କ ଆତଙ୍କରାଜକୁ କେନ୍ଦ୍ରକରି ଉତ୍ତେଜନା I ଗୋଟିଏ ସାହିର ୬ ଜଣ ଯୁବକ ଗାଁକୁ ଆସି ଜଣେ ଯୁବକଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ ପ୍ରତିବାଦରେ ଗ୍ରାମବାସୀ ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା I ଗ୍ରାମବାସୀ ଆତଙ୍କ ସୃଷ୍ଟି କରୁଥିବା ୨ ଜଣଙ୍କୁ କାବୁ କରିଥିଲେ I ଅନ୍ୟ ୪ ଜଣ ଯୁବକ ଫେରାର ହୋଇଯାଇଥିଲେ I ଘଟଣା ସମ୍ପର୍କରେ ପୁଇଁତଲା ଥାନାକୁ ଖବର ଦିଆଯାଇଥିଲେ ହେଁ ପୋଲିସ ବିଳମ୍ବରେ ପହଞ୍ଚିଥିବାରୁ ଗାଁର ମହିଳା ମାନେ ଏହାର ପ୍ରତିବାଦ କରି ୨ଟି ପୋଲିସ ଗାଡ଼ିକୁ ଅଟକ ରଖିବା ସହ ଭଙ୍ଗାରୁଜା କରିଥିଲେ I ଗାଁର ଗୋଟିଏ ସାହିର କେତେକ ଯୁବକ ଗାଁ ଭିତରକୁ ଆସି ସୁମନ୍ତ ମାଝୀ ନାମକ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ I ଆକ୍ରମଣରୁ ସୁମନ୍ତଙ୍କୁ ବଞ୍ଚାଇବାକୁ ଯାଇ ଗାଁର ବିମଳ ପୁଟେଲ ଆହତ ହୋଇଥିଲେ I ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା I ଗ୍ରାମବାସୀ ଜଣଙ୍କୁ କାବୁ କରି ପୁଇଁନ୍ତଲା ପୋଲିସକୁ ଖବର ଦେଇଥିଲେ I ପୋଲିସ ପହଞ୍ଚି ଆଉ ଜଣେ ଅଭିଯୁକ୍ତଙ୍କୁ ତାଙ୍କ ଘରୁ କାବୁ କରିଥିଲା I ଅନ୍ୟ ୩ ଜଣ ଯୁବକ ଫେରାଇ ହୋଇଯାଇଛନ୍ତି I ଏବେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ କରିଛି ।